ଉଦଘାଟିତ ହେଲା ଚମ୍ପାନାଥ ମହୋତ୍ସବ, ଅଷ୍ଟଶମ୍ଭୁ ଙ୍କ ସହିତ ଯୋଗଦେଲେ 5 ଗଡ଼ଜାତ ରାଜ୍ୟର ରାଜା,

88

Get real time updates directly on you device, subscribe now.

ନରସିଂହପୁର- ବ୍ଲକ ଅନ୍ତର୍ଗତ ଚମ୍ପେଶ୍ଵର ର ଚମ୍ପାନାଥ ଦେବ ଙ୍କ ପୀଠରେ ଉଦଘାଟିତ ହୋଇ ଯାଇଛି। କାର୍ତ୍ତିକ ମହୋତ୍ସବ ପଞ୍ଚୁକ ରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯାତ୍ରା ମହୋତ୍ସବ ରେ ଏକତ୍ରିତ ହୋଇଛନ୍ତି।

ନରସିଂହପୁର ଅଷ୍ଟଶମ୍ଭୁ,ବିଧାୟକ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରାଚୀନ ଗଡ଼ଜାତ ନରସିଂହପୁର ରାଜା ସାହେବ୍
ଅଙ୍କିତ୍ ରାଜ ସିଂହଦେଓ
ହିନ୍ଦୋଳ ରାଜା
ଶୈଳେନ୍ଦ୍ରେ ନାରାୟଣ ସିଂହଦେଓ
ବାଙ୍କୀ ରାଜା ଦୁର୍ଗା ମାଧବ ଶ୍ରୀଚନ୍ଦନ ମହାପାତ୍ର
ଖଣ୍ଡପଡ଼ା ଯୁବରାଜ ସିଦ୍ଧାର୍ଥ ସିଂ
ବଡମ୍ବା କୁମାର ପଟାୟତ
ତ୍ରିଭୁବନ ଦେବ
ପ୍ରମୁଖ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସରପଞ୍ଚ ଆରତୀ ମଞ୍ଜରୀ ଦେବୀ
କାନପୁର ଥାନା ଅଧିକାରୀ
ଗିରିଜା ନନ୍ଦନ ପଟ୍ଟନାୟକ
ଗ୍ରାମ ସଭାପତି ତ୍ରିଲୋଚନ ରାଉଳ
ଅନ୍ୟାନ୍ୟ ମାନ୍ୟଗଣ୍ୟ ଯୋଗଦେଇଥିଲେ |

ଚମ୍ପେଶ୍ୱର ଗ୍ରାମ ପଞ୍ଚାୟତ ହାଇସ୍କୁଲ ଠାରୁ ଅଷ୍ଟଶମ୍ଭୁ ଙ୍କୁ ପାଇକ ଆଖଡ଼ା ସହିତ ବାଦ୍ୟ ନୃତ୍ୟ ଆଲୋକ ରୋଷଣି ରେ ଏକ ବିରାଟ ଶୋଭାଯାତ୍ରାରେ ଚମ୍ପାନାଥ ମନ୍ଦିର ପ୍ରାଙ୍ଗଣ କୁ ଅଣା ଯାଇଥିଲା।
ସେଠାରେ ହଜାର ହଜାର ଶ୍ରଦ୍ଧାଳୁ ରୁଣ୍ଡ ହୋଇ ଅଷ୍ଟଶମ୍ଭୁ ଙ୍କ ଦର୍ଶନ କରିଥିଲେ।
ଯାତ୍ରା କମିଟି ପକ୍ଷରୁ
ରବିନ୍ଦ୍ର କୁମାର ପଣ୍ଡା
ରତ୍ନାକର ବେହେରା
ପ୍ରଦୀପ କୁମାର ପଣ୍ଡା
ଅମିୟ କୁମାର ସାହୁଙ୍କ

ସମେତ କାର୍ତ୍ତିକ ମହୋତ୍ସବ ପୁଜା କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।।
ପାଞ୍ଚ ଦିନ ଧରି ଚାଲିଥିବା ଥିବା ଏହି ଯାତ୍ରା ରେ ଅସ୍ଥାୟୀ ଷ୍ଟଲ୍ ସହିତ ବିଭିନ୍ନ ଷ୍ଟଲ୍ ପଡ଼ିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More