ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଯୋଦ୍ଧା ଏଏସଆଇ ଶିଶିର ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି

25

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) – କଟକ ସଦର ଉପକଣ୍ଠ ଯଶପଡା ପଂଚାୟତର ବରପୁତ୍ର କରୋନା ଯୋଦ୍ଧା ଓଡ଼ିଶା ପ୍ରଶାସନ ବିଭାଗରେ ଖଣ୍ଡଗିରି ଥାନାର ଏଏସଆଇ ଭାବେ କର୍ତବ୍ୟରତଥିବା ସ୍ଵର୍ଗତ ଶିଶିର କୁମାର ସେଠୀଙ୍କ କରୋନା ମହାମାରୀରେ ପୀଡିତହୋଇ ମୃତ୍ୟୁ ଘଟିଛି । ସେହି କରୋନା ଯୋଦ୍ଧା ସ୍ଵର୍ଗତ ଶିଶିର କୁମାର ସେଠୀଙ୍କ ଏକାଦଶାହ ତିଥିରେ କରୋନା କଟକଣା ପାଳନ ପୁର୍ବକ ଏକ ଶୋକସଭା କୋଟୁଆଁ ଖେଳପଡିଆ ଠାରେ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କରାଯାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଶ୍ରଦ୍ଧାଞ୍ଜଳି ସଭାରେ ପରିଷଦ ପକ୍ଷରୁ କୃଷକନେତା ଦେବୀ ପ୍ରସାଦ ପତି,ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ଚନ୍ଦ୍ରଶେଖର ମଲ୍ଲିକ,ସୁଦର୍ଶନ ଜେନା, ବିଶ୍ୱରଂଜନ ସେଠୀ, ଲଷ୍ମୀଧର ଜେନା, ରବୀନ୍ଦ୍ର ପାତ୍ର, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ରବୀନ୍ଦ୍ର ବେହେରା, ମାନଶ ମହାନ୍ତି, ସୁଧାଂଶୁ ପଣ୍ଡା, ହେରେକୃଷ୍ଣ ବେହେରା, ସନ୍ତୋଷ ଭୋଇ ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମର ସ୍ମୃତଚରଣ କରିବାସହ ସଦଗତି ପାର୍ଥନା କରିଛନ୍ତି ! ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କରୋନା ଯୋଦ୍ଧା ଅମରଆତ୍ମ ଶିଶିର ସେଠୀ ଆମ ଆଦର୍ଶ ତାଙ୍କ ବଳିଦାନ ଆମସମୟର ଗର୍ଵ ଆଉ ଗୌରବବୋଲି ଶୋକବାର୍ତାରେ ଜଣାଇବାସହ ସ୍ବର୍ଗତ ସେଠୀଙ୍କ ପରିବାର ଏବଂ ତାଙ୍କ ବଡଭାଇ ଶଙ୍କର ସେଠୀଙ୍କୁ ସମବେଦନା ଜ୍ଞାମ୍ପନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More