ଆସନ୍ତା ୨୨ରେ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ

40

Get real time updates directly on you device, subscribe now.

ପୁରୀ  ( ସଂଘର୍ଷ ମିଡିଆ ) : ଆସନ୍ତା ୨୨ତାରିଖରେ ଶ୍ରୀମନ୍ଦିର ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଷ୍ଟ୍ରପତି ମଧ୍ୟାହ୍ନ 12ଟାରୁ 1ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ଆପାତତଃ ସ୍ଥିର କରାଯାଇଛି। ଏହି ସମୟରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପର୍ଣ୍ନ କରାଯାଇ ମହାପ୍ରଭୂ ମଇଲମ ହୋଇ ରତ୍ନସିଂହାସନରେ ବିରାଜିତ ଥିବେ। ରାଷ୍ଟ୍ରପତି ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ମତ ଦେଇଛି ଛତିଶାନିଯୋଗ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବ। ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବେ। ରତ୍ନସିଂହାସନ ନିକଟକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସାଙ୍ଗରେ ଯିବାକୁ ଥିବା ସମସ୍ତ ଅନୁଗାମୀ,ଅଧିକାରୀ ଓ ସେବାୟତ ମାନଙ୍କର କୋଭିଡ୍ ଟେଷ୍ଟ କରାଯିବ। କୋଭିଡ୍ ନେଗେଟିଭ୍ ରହିଥିବା ସେବାୟତ ଓ ଅଧିକାରୀ ରାଷ୍ଟ୍ରପତିଙ୍କ ସହ ଯାଇ ଦର୍ଶନ କରିବେ। ଗତ 2018 ମସିହା ମାର୍ଚ୍ଚ 18 ତାରିଖରେ ପ୍ରଥମଥର ପାଇଁ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସିଥିବା ବେଳେ ଏହା ତାଙ୍କର ଦ୍ୱିତୀୟ ଗସ୍ତ। ଆଜି ଛତିଶାନିଯୋଗ ବୈଠକରେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଆଲୋଚନାରେ ଭାଗ ନେଇଥିବା ବେଳେ ରାଷ୍ଟ୍ରପତି ଭବନର ସୁପାରିଶ ଆଧାରରେ ତାଙ୍କୁ ରାଷ୍ଟ୍ରପତିଙ୍କ ସହ ଯିବାର ଅନୁମତି ମିଳିବ ବୋଲି ନିଷ୍ପତ୍ତି ହୋଇଛି। ଆଜିର ଛତିଶାନିଯୋଗ ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧି, ଏସପି ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More