ଆମ୍ବୁଲାନ୍ସ ଗାଡି ଧକ୍କାରେ ବୃଦ୍ଧ ମୃତ

18

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୃଦ୍ଧ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ପାଟକୁରା ନିର୍ବାଚନମଣ୍ଡାଳି ଅନ୍ତର୍ଗତ ଡାଙ୍ଗପଡା ବଡପୋଖରୀ ଛକ ନିକଟରେ ୧୦୨ଆମ୍ବୁଲାନ୍ସ ଗାଡି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ କୋଲତିରା ଗ୍ରାମର ସିନ୍ଧୁ ଚରଣ ମହାନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସେମାନେ ଏକ ସ୍କୁଟୀରେ ଘରକୁ ଫେରୁଥିବାବେଳେ ୧୦୨ଆମ୍ବୁଲାନ୍ସ ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସିନ୍ଧୁ ଚରଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ କଟକ ବଡ ଦକତାରଖାନାକୁ ସ୍ଥାନାନ୍ତର କରାଯାଇଛି । ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More