ଅନ୍ତଃଜିଲ୍ଲା ଡକାୟତ ଦଳ ଗିରଫ

24

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସକୁ ମିଳିଛି ବଡ଼ ସଫଳତା। ୫ ଜଣ ଡକାୟତଙ୍କୁ ଧରିବା ସହ ଅନେକ ଚୋରି ସାମଗ୍ରୀ ଜବତ୍ କରିବାରେ ସଫଳ ହୋଇଛି ପୋଲିସ ! ଏହି ଚୋରି ସାମଗ୍ରୀ ମଧ୍ୟରେ ବୋଲେରୋ, ବାଇକ୍,ଇଲୋକଟ୍ରୋନିକ୍ସ ସାମଗ୍ରୀ, ଲାପଟପ,ସୁନା ରୂପା ଅଳଂକାର ସହ ବହୁ ମୂଲ୍ୟବାନ ସାମଗ୍ରୀ ରହିଛି । ଦୀର୍ଘ ଦିନରୁ ଏହି ଲୁଟେରା ଗ୍ୟାଙ୍ଗ ଚତୁରତାର ସହିତ ଆଧୁନିକ ଉପକରଣ ଦ୍ଵାରା ଘରର ତାଲା ଭାଙ୍ଗି ବହୁ ମୂଲ୍ୟବାନ ଜିନିଷ ପତ୍ର ଲୁଟୁଥିଲେ। ପୋଲିସର ସ୍କାନରରେ ଅନେକ ଦିନରୁ ଏହି ଲୁଟେରା ଗ୍ୟାଙ୍ଗ ରହିଥିଲେ । ଏହି ଗ୍ୟାଙ୍ଗ ଏକ ଡକାୟତି ଯୋଜନା କରୁଥିବାବେଳେ କୈାଣସି ସୂତ୍ରରୁ ଖବର ପାଇ ନିଶ୍ଚିନ୍ତକୋଇଲି ଆଉଆଇସି ଶୁଭ୍ରାଂଶୁ ପରିଡା, ନେମାଳ ଆଇଆଇସି ନିର୍ମଳ ମହାନ୍ତି, ମାହାଙ୍ଗା ଆଇଆଇସି ରଞ୍ଜନ ପ୍ରଧାନ,କିଶନନଗର ଆଇଆଇସି ବାମଦେବ ସ୍ୱାଇଁଙ୍କ ସହ ବଛାବଛା ପୋଲିସ ଅଧିକାରୀଙ୍କୁ ଏକ ସ୍କ୍ୱାର୍ଡ଼ ଗଠନ ହୋଇଥିଲା l କଟକ ଗ୍ରାମାଞ୍ଚଳର ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ ଧରିବାରେ ସଫଳତା ପାଇଥିଲା। ମଙ୍ଗଳବାର ସକାଳେ ଏହି ୫ ଜଣ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯିବା ସହ ଏହି ଡକାୟତ ଘଟଣାର ସଂପୃକ୍ତ ଅନ୍ୟ ମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କଟକ ଗ୍ରାମାଞ୍ଚଳର ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ଜେନା ପ୍ରେସମିଟରେ ସୂଚନା ଦେଇଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More