ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଆଉ ନିସ୍ତାର ନାହିଁ। ଆଜି ଠାରୁ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ପାଣି ଓ ବିଜୁଳି ସଂଯୋଗ କଟାଯିବ। ଖିଲାପକାରୀଙ୍କ ବିରୋଧରେ ବିଏମ୍ସି ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ବିଏମ୍ସିର ନର୍ଥ ଜୋନାଲ ଡେପୁଟି କମିଶନର ଉଭୟ ସେସୁ ଏବଂ ଓ୍ୱାଟକୋକୁ ଚିଠି ଲେଖିଛନ୍ତି। ସେଥିରେ ମୋଟ ୧୮ ଜଣ ଖିଲାପକାରୀଙ୍କ ନାମ ରହିଛି।