ଆଗକୁ ଆସୁଛି ପାର୍ବଣ ଋତୁ, ଦାଦାବଟି ପାଇଁ ସକିଲ ଗ୍ୟାଙ୍ଗ ସକ୍ରିୟ

18

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ଆଗକୁ ଆସୁଛି ପାର୍ବଣ ଋତୁ।ପୂଜା ପୂର୍ବରୁ କଟକ ସହର ରେ ଦାଦାବଟି ପାଇଁ ସକ୍ରିୟ ହୋଇଉଠିଛନ୍ତି ଅପରାଧୀ ୮ଦିନ ଭିତରେ ଦୁଇ ଦୁଇଟି ଦାଦାବଟି ଘଟଣା ସାମ୍ନାକୁ ଆସିଛି ।ଏମାନେ ହେଉଛନ୍ତି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସକିଲ ର ସହଯୋଗୀ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ପେନସନ ଲେନର ପିଣ୍ଟୁ ଓରଫ ମହମ୍ମଦ ଆସିଫ । ଲାଲବାଗ ଥାନା ଅନ୍ତର୍ଗତ ଦିବାନ ବଜାରର ଚିକୁ ଓରଫ ଦିଲନବାଜ ଖାନ,ଓଡିଆ ବଜାରର ମୁନା ଓରଫ ସୟଦ ରେହମାନ ଏବଂ ମଙ୍ଗଳବାଗ ଥାନା ଅନ୍ତର୍ଗତ କେଶରପୁରର ମହମ୍ମଦ ଜାଭେଦ । ଗତ ୧୩ ତାରିଖ ଅପରାହ୍ନ ୪ଟା ୧୦ମିନିଟ ସମୟରେ ଏମାନେ ସମସ୍ତେ ବକ୍ସିବଜାର ପେନସନ ଲେନଠାରେ ଥିବା ବାବୁ ଇଲେକ୍ଟ୍ରୋନିକ୍ସ ଦୋକାନକୁ ଯାଇ ଦୋକାନର ମାଲିକ ମୀର ମହମ୍ମଦକୁ ବାହାରକୁ ଡାକିଲେ ଏବଂ ଜେଲରେ ଥିବା ସକିଲ ସହ ଫୋନରେ କଥା କରାଇ ଦେବା ପରେ ବନ୍ଧୁକ ଦେଖାଇ ୧ ଲକ୍ଷ ଟଙ୍କାର ଦାଦାବଟି ମାଗିଥିଲେ । ଦୁଇ ଦିନ ଭିତରେ ଦାଦାବଟି ନଦେଲେ ପରିମାଣ ଭଲ ହେବନାହିଁ ବୋଲି ମଧ୍ୟ ଧମକ ଦେଇଥିଲେ।ଏପରିକି ତାଙ୍କ ଦୋକାନକୁ ବୋମା ପକାଇ ଉଡାଇ ଦେବା ସହ ପରିବାର ଲୋକଙ୍କୁ ମାରି ଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ଏ ନେଇ ମୀର ମହମ୍ମଦ ଗତ ୧୬ ତାରିଖ ଦିନ କ୍ୟାଣ୍ଟନମେଣ୍ଟ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ । ଘଟଣାର ଖୋଳତାଡ ଆରମ୍ଭ କରି ପୋଲିସ ସକିଲର ଏହି ୪ ଜଣ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ,ମୋବାଇଲ ଫୋନ ଏବଂ ଗାଡି ଜବତ କରି ଆଜି କୋର୍ଟ ଚାଲାଣ କରିଛି । କଟକରୁ ସୁରେଶ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More