ଗଞ୍ଜାମ ( ସଂଘର୍ଷ ମିଡିଆ ) : ଗଞ୍ଜାମ ଓ ଛତ୍ରପୁର ବ୍ଲକର କରୋନାପାଇଁ କରାଯାଇଥିବା ଅସ୍ଥାୟୀ ସଙ୍ଘରୋଧ ଗୃହରୁ ଆବାସପତ୍ର ଚୋରୀ ଅଭିଯୋଗରେ ପୁରୀ ଜିଲ୍ଲାର ତିନିଜଣଙ୍କ ଗିରିଫ କରାଯାଇଥିବା ଜଣାପଡିଛି । ଗଞ୍ଜାମ ବ୍ଲକର ନୀଳାଦ୍ରି ପୁର , ରଘୁନାଥପୁର, ବୋରିଙ୍ଗା, ଲୁଂଘୁରି, ବେଲପଡା, ଗଡ଼ହୁମ୍ମା, ଓ ଛତ୍ରପୁର ବ୍ଲକର ସାନଓ ବଡ଼ ଆର୍ଜିପଲ୍ଲି ଗ୍ରାମର ବାତ୍ୟାଆଶ୍ରୟ ସ୍ଥଳୀରେ କରାଯାଇଥିବା ସଙ୍ଘରୋଧ କେନ୍ଦ୍ରରୁ ପୁରୀଜିଲ୍ଲାର କୃଷ୍ଣପ୍ରସାଦ ବ୍ଳକର ବଡଧର ଗ୍ରାମର ସନ୍ତୋଷ ଜେନା, ପ୍ରଶାନ୍ତ ଜେନା, ଜିତେନ୍ଦ୍ର ମହାରଣା ଚୋରି କରିଥିବା ଛଅଟି ଏଲିଡି ଟିଭି, ଦୁଇଟି ଗଛ କଟର, ଷ୍ଟାଣ୍ଡ ଫେନ, ୱାଟର ହିଟର , ଇଣ୍ଡେକସନ,ନଗଦ ୧୨୦୦ ଟଙ୍କା ସମେତ ଅନ୍ୟାନ୍ୟ ଚୋରି ଜିନିଷ ଜବତ କରିଛି ପୋଲିସ । ଏହି ଚୋରମାନେ ହୁମ୍ମାଠାରେ ଏକ ଘରେ ଭଡାରହି ଚୋରିହାରି କରୁଥିବା ନେଇ ପୋଲିସ ଖବର ପାଇବା ପରେ ରମ୍ଭା ଆଇଆଇସିଙ୍କ ନିର୍ଦ୍ଦେଶରେ ହୁମ୍ମା ଫାଣ୍ଡି ଅଧିକାରୀ ଶରତ ଦାଶ ,ଏସଆଇ ଆର.ସି. ମୁଦୁଲି ଚଢ଼ାଉ କରି ଗିରିଫ କରିବା ପରେ ସମସ୍ତେ ଚୋରିଜିନିଷ ଜବତ ହୋଇଥିଲା । ଏହି ଚୋରମାନଙ୍କ ନାମରେ ପୁରୀ ଜିଲ୍ଲାସମେତ ଓ ରମ୍ଭା ମେରାଇନ ଥାନାରେ ଦଶରୁ ଉର୍ଦ୍ଧ୍ବ ଚୋରି କେଶ ଥିବା ଜଣାପଡିଛି । ଏନେଇ ହୁମ୍ମା ଫାଣ୍ଡିରେ ଅତିରିକ୍ତ ଏସପି ଠାକୁର ପାତ୍ର ସୂଚନା ଦେଇଥିବା ବେଳେ, ଏସଡିପିଓ ଗୌତମ କିଷାନ ଉପସ୍ଥିତ ଥିଲେ । ରାମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ ।