ଅରଡପଲ୍ଲି ମଡର କେସର ସମସ୍ଥ ଅଭିଯୁକ୍ତ ଗିରଫ

27

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ ( ସଂଘର୍ଷ ମିଡିଆ ) : ଅରଡପଲ୍ଲି ମଡର କେସର ପରଦାଫାସ୍ କରିଛନ୍ତି ପଟ୍ଟାମୁଣ୍ଡାଇ ଆଇଆଇସି ରାକେଶ କୁମାର ତ୍ରିପାଠୀ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଅରଡପଲ୍ଲି ଗ୍ରାମର ମିନତି ଜେନାଙ୍କୁ ୧୭,୮,୨୦୨୦ରିଖ ସୋମବାର ଦିନ ୧ଟା ସମୟରେ ଧାରୁଆ ଛୁରି ସାହାଯ୍ୟରେ ମଡର କରି ନଗଦ ୫,୬୪,୦୦୦ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ । ସହି ଦୀନ ମିନତି ଜେନାଙ୍କ ସ୍ଵାମୀ ବିଲକୁ ଜାଇଥିବା ବେଳେ ପୁଅ ବଜାରକୁ ଯାଇଥିଲେ ଘରେ ମିନତି ୫୫ବର୍ଷ ଏକାଥିବାର ସୁଜୋଗନେଇ ପୂର୍ବ ପ୍ଲାନ୍ ଅନୁସାରେ ଅଭିଯୁକ୍ତ ରଞ୍ଜୀତି ନାୟକ ଓ ଶୁସାନ୍ତ ପାତ୍ର ଆସି ଛେଦରା ଗ୍ରାମ ନିକଟରେ ପହଞ୍ଚିଥିଲେ ସେଠାରେ ଉପସ୍ଥିତ ଥିବା ଅନିଲ୍ ଜେନା ସେମାନଙ୍କୁ ମିଠା ପାଇଁ ୧୦୦ଟଙ୍କା ଦେବାସହ ଏକ ଧାରୁଆ ଛୁରି ଦେଇଥିଲେ । ଅନିଲ୍ ଜେନା ତିନି ତିନି ଥର ଉଦ୍ୟମ କରି ବିଫଳ ହୋଇଥିବା ବେଳେ ୧୭ ତାରିଖ ଦିନ ଏହି ହୃଦୟ ବିଦାରକ ଜଘନ୍ୟ କାର୍ଯ୍ୟ ଚତୁରତାର ସହ କରିଛନ୍ତି । ଅଭିଯୁକ୍ତ ମିନତିଙ୍କୁ ମଡର କରି ବାକ୍ସ ଭାଙ୍ଗି ସମସ୍ତ ଟଙ୍କା ସୁନା ନେଇଯାଇଥିବା ବେଳେ ଅନିଲ୍ କୁ ୨,୫୦,୦୦୦ ହଜାରେ ଟଙ୍କା ଦେଇ ଚାଲି ଜାଇଥିଲେ । ଏବିଷୟରେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ହେବାପରେ ଆଇଆଇସି ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ ମିନତିଙ୍କ ପୁଅ ବିଶ୍ଵଜିତଙ୍କୁ କିଛି କଥା ପଚାରିଥିଲେ । ସେଥିମଧ୍ୟରୁ ଗୋଟିଏ କଥାକୁ ଅନୁମାନକରି ଗୁପ୍ତ ଅନୁସଂଧାନ ଚଳାଇଥିଲେ। ପ୍ରଥମେ ଅନିଲ୍ କୁ ପଚରା ଉଚୁରା କରିଥିଲେ ପରେ ସେହି ଗ୍ରାମର ଦିପକ୍ ସେଠି ସାମିଲ୍ ଥିଲାବେଳେ ଆଉ ୫ଜଣ ଜାଜପୁର୍ ରୋଡର ରଞ୍ଜୀତ୍ ନାୟକ(୨୨) ସୌରଭ (19) ଶୁସାନ୍ତ ପାତ୍ର(୨୪) ଅଶୋକ ପାତ୍ର(୨୫) ପ୍ରକାଶ ପାତ୍ର(୨୫) ସମସ୍ତଙ୍କୁ ଗତକାଲି ରାତିରେ ଆରେଷ୍ଟେ କରିବା ସହ ସେମାନଙ୍କ ଠାରୁ ଜବତ ହୋଇଥିବା ୫ଟି ମଟରସାଇକେଲ ସମେତ ତିନୋଟି ମୋବାଇଲ୍ ଓ ଏକ ସୁନା କାନଫୁଲ ଓ ୫,୬୪,୦୦୦ଟଙ୍କା ପୋଲିସ ଜବତ କରିଛି । ସମସ୍ତ ଘଟଣାବଳୀକୁ ଏସପି ନିଜେ ତଦାରଖ କରିବାସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ୍ ଦେଇଥିଲେ ଆଜି ଦୀନରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More