ଅଭିଯୁକ୍ତ ଘର ଆଗରେ ଶବ ରଖି ଆସାମୀ ଗିରଫ ଦାବିରେ ଗ୍ରାମବାସୀଙ୍କ ଧାରଣା

9

Get real time updates directly on you device, subscribe now.

କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ମହୁଲିଆ ଗ୍ରାମ ପଂଚାୟତ ମାଣପଡା ଗ୍ରାମରେ ମୃତ ପ୍ରମିଳା ନାଥ, ମୃତ ସତ୍ୟପ୍ରିୟା ନାଥଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତା ପ୍ରମିଳା ନାଥ ଙ୍କ ପରିବାର ଓ ଗ୍ରାମବାସୀ ମାନେ । ଆଜକୁ ୫ ଦିନ ବିତିଯାଇଥିଲେ ମଧ୍ୟ ରାଜନଗର ଥାନା ଭରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ନାୟକ ସମସ୍ତ ଅଭିଯୁକ୍ତଂକୁ ଧରିବାରେ ବିଫଳ ହୋଇଛନ୍ତି । ମୃତକଙ୍କ ପରିବାର ସମେତ ଗ୍ରାମବାସୀ ତିନିଗୋଟି ଶବକୁ ଆସାମୀ ସଞ୍ଜୟ ବେହେରାର ଆଗରେ ରଖି ସମସ୍ତ ଆସାମୀ ମାନଙ୍କୁ ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି । ପାଞ୍ଚ ଦିନ ହେବ ଶବ ଗୁଡିକ ପଚା ଦୁର୍ଗନ୍ଧର ଫାଟି ପଡୁଥିଲେ ମଧ୍ୟ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ଆଖପାଖ ଜନସଧାରଣ ରାଜନଗର ଭରପ୍ରାପ୍ତ ଅଧିକାରୀ ତପନ ନାୟକଙ୍କୁ ନିନ୍ଦା କରିବା ସହିତ ତାଙ୍କର କାର୍ଯ୍ୟ ଦକ୍ଷ୍ୟତାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅବିବାହିତ ସାନ ଝିଅ ଅନୁଶୁୟା ବେହେରା ମାଆର ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଥିବା ବେଳେ ଆମ୍ଭ ପ୍ରତିନିଧି ସେଠାରେ ପହଂଚି ସାନ ଝିଅ ଅନୁସୂୟା ନାଥ ଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ । କିନ୍ତୁ ଅନୁସୂୟା ଆମ୍ଭ କ୍ୟାମେରା ସାମ୍ନାରେ କହିଥିଲେକି, ଆଜ୍ଞା ଆମ୍ଭର ଆର୍ଥିକ ଅଭାବ ଅନାଟନ ଅବସ୍ଥାରେ ଥିବା ବେଳେ ମୋର ମାମୁ ପୁଅ ଭାଇ ସଞ୍ଜୟ ବେହେରା ମୋର ଭଉଣୀ କୁ ନେଇ ନିଜ ଦୋକାନ କାମରେ ଲଗାଇଥିଲା ।ଦୁର୍ଭାଗ୍ୟର କଥାକି, ଭଉଣୀର ସରଳତାର ସୁଯୋଗରେ ସଞ୍ଜୟ ଭଉଣୀ ସହିତ ଅବୈଧ ସମ୍ପର୍କ ଥିଲା । ଭଉଣୀ ଆଠ ମାସ ଗର୍ଭବତୀ ହୋଇଥିବା ମାଆ ଜାଣିପାରି ଆସାମୀ ସଞ୍ଜୟ କୁ ବିରୋଧ କରି ତାଙ୍କ ପରିବାରଙ୍କୁ ଜଣାଇଥିଲା । ଘଟଣା ପ୍ରଘଟ ହେବା ପୂର୍ବରୁ ନିଜ ଦୋଷ ଲୁଚାଇବାକୁ କୌଶଳ କ୍ରମେ ମୋର ମାଆ ପ୍ରମିଳା ନାଥ କୁ ମାରି ହଂସୁଆ ନଦୀରେ ଫିଙ୍ଗି ଦେଇଥିଲା । ସମସ୍ତ ପ୍ରମାଣ ଲୁଚିବାକୁ ଯାଇ ପରଦିନ ଭଉଣୀ ସତ୍ୟପ୍ରିୟା ନାଥ କୁ ପରିବାର ମାନେ ମିଶି ବାଡ଼ିରେ ଥିବା ପୋଖରୀରେ ବୁଡାଇ ମାରିଥିଲେ । ଏ ଘଟଣା ପ୍ରଘଟ ହେବା ପରେ ସଞ୍ଜୟ ଓ ସଞ୍ଜୟ ପରିବାରମାନେ ଘରେ ତାଲା ପକାଇ ଫେରାର ହୋଇଛନ୍ତି ଦୀର୍ଘ ପାଞ୍ଚଦିନ ଧରି ଶବକୁ ଅଭିଯୁକ୍ତ ଘର ଆଗରେ ପକାଇ ନ୍ୟାୟ ଦାବି କରିବା କେନ୍ଦ୍ରପଡ଼ା ଜିଲ୍ଲାର ପ୍ରଥମ ଘଟଣା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More