ଅବକାରୀ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ଘଟଣା, ୩ ଗିରଫ

11

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ମଦ ମାଫିଆଙ୍କ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଭଦ୍ରକ ପୁରୁଣା ବଜାର ଥାନା ପୁଲିସ । ଖବର ଅନୁଯାୟୀ ଗତ ୭ ତାରିଖ ଦିନ ପୁରୁଣା ବଜାର ଥାନା ମିର୍ଜାପୁର ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଦେଶୀମଦ ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ ସମୟରେ ବିପୁଳ ପରିମାଣର ମଦ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ । ହେଲେ ମଦ ମାଫିଆ ମାନଙ୍କ ପାଲଟା ଆକ୍ରମଣର ଶିକାର ହୋଇଥିଲେ ଅବକାରୀ ବିଭାଗର ୭ ଜଣ କର୍ମଚାରୀ । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ସହ ମଦ ସବୁ ଛଡାଇ ନେଇଥିଲେ ଆକ୍ରମଣକାରି। ଏହି ପ୍ରତିଆକ୍ରମଣରେ ୭ ଅବକାରୀ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଶେଷରେ ବିଳମ୍ବିତ ରାତିରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ ତପନ ବେହେରା, ଆମର ବେହେରା ଓ ଦୀପକ ବେହେରା ବୋଲି ଜଣାପଡିଛି। ସମସ୍ତେ ମିର୍ଜାପୁର ଅଞ୍ଚଳର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More