ଅବକାରି ବିଭାଗ ପକ୍ଷରୁ ଚଢ଼ାଉ, ୧୫୦ କେଜି ଭାଙ୍ଗ ଜବତ

10

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲା ଅବକାରି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୫୦ କେଜି ଭାଙ୍ଗ ଜବତ କରାଯାଇଛି। ପୁରୀ ଜିଲାର ଚନ୍ଦନ ପୁର ଅଞ୍ଚଳରେ ପୁଣି ଜିଲା ଅବକାରି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୫୦ କେଜି ଭାଙ୍ଗ ଜବତ କରାଯାଇଛି। ଏହି ଘଟଣାକୁ ସଦାଶିବ ପାତ୍ର ନାମକ ଜଣେ ବ୍ୟକ୍ତିକୁ ଜିଲା ଅବକାରୀ ବିଭାଗ ପକ୍ଷରୁ ଗିରଫ କରିଛି । ସୂଚନା ଅନୁଯାୟୀ ବେଆଇନ ଭାବେ ଅଭିଯୁକ୍ତ ସଦାଶିବ ପାତ୍ର ଚନ୍ଦନପୁର ଅଞ୍ଚଳରେ ଭାଙ୍ଗ ବ୍ୟବସାୟ କରୁଥିବା ଜିଲା ଅବକାରୀ ବିଭାଗର ମୋବାଇଲ ଟିମ ପାଖରେ ଖବର ପହଂଚି ଥିଲା । ଏ ନେଇ ଅଭିଯୁକ୍ତ ସାଦାଶିବକୁ ଗିରଫ କରାଯାଇ ଥିବା ବେଳେ ୫ବସ୍ତା ଭାଙ୍ଗ ଜବତ ହୋଇ ଥିଲା । ତେବେ ଦିନକୁ ଦିନ ଚନ୍ଦନ ପୁର ଅଞ୍ଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାକୁ ଲାଗିଛି । ଯାହାକୁ ନେଇ ସ୍ତାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି। ଜିଲା ଅବକାରୀ ବିଭାଗ ପକ୍ଷରୁ ଆହୁରି ଚଢ଼ାଉ କରାଯାଇ ନିଶା କାରବାର ପଛରେ ଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି ହୋଇଛି। ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More