ଅପହରଣ ମାମଲାରେ ୪ ଅଭିଯୁକ୍ତ ଗିରଫ

19

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବହୁଦରଡ଼ା ଗ୍ରାମର ଜଣେ ଯୁବକଙ୍କୁ ଅପହରଣ ଘଟଣାରେ ୪ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଅଭିଯୁକ୍ତମାନେ ବ୍ୟାବହାର କରୁଥିବା ଏକ ବୋଲେରୋ, ସହିତ ଭୁଜାଲି ଦେଶୀ ପିସ୍ତଲ ଓ ଗୁଳିକୁ ଜବତ କରିଛି ଗ୍ରାମାଞ୍ଚଳ ପୋଲିସ | ଘଟଣା କ୍ରମ ଅନୁଯାୟୀ, ଗତ ସେପ୍ଟେମ୍ବର ମାସ ୧୯ ତାରିଖରେ ବହୁଦରଡ଼ା ଗ୍ରାମର ଗଜେନ୍ଦ୍ର ସିଂ ନାମକ ଜଣେ ଯୁବକଙ୍କୁ ଦୃବୁର୍ତ୍ତ ମାନେ ଅପହରଣ କରି ନେଇଯିବା ପରେ ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରି ଅର୍ଥ ମାଗୁଥିଲେ ଦୃର୍ବୁତ୍ତମାନେ | ଗ୍ରାମାଞ୍ଚଳ ପୋଲିସ ଅପହରଣ ହୋଇଥିବା ଯୁବକର ମୋବାଇଲ ନମ୍ବରକୁ ଟ୍ରାକ କରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଛି । ତେବେ ଏହି ଘଟଣାରେ ୪ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ଏଥିରେ ସମ୍ପୁକ୍ତ ଥିବା ଅନ୍ୟ ମାନଙ୍କୁ ଏବେବି ଖୋଜୁଛି ପୋଲିସ | ସମସ୍ତ ଅଭିଯୁକ୍ତମାନେ ବାଲେଶ୍ଵର ଜିଲ୍ଲାର ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More