ଅଜଣା ଯୁବକଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସଂଦେହ

15

Get real time updates directly on you device, subscribe now.

ହିନ୍ଦୋଳ ( ସଂଘର୍ଷ ମିଡିଆ ) :-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରାସୋଳ ଥାନା ଗୁରିଲୋ ରାସ୍ତା କଡରେ ଥିବା ବୁଦାରେ ପଡିଥିବା ଏକ ଅଜଣା ଗଳିତ ଶବକୁ ଉଦ୍ଧାର କରିଛି ପୋଲିସ୍ । ଆଜି ସକାଳେ ଖବରପାଇବାର ୩ ଘଣ୍ଟା ପରେ ପୋଲିସ୍ ପହଞ୍ଚି ଶବକୁ ଜବତ କରିଥିଲେ ମଧ୍ୟ ଚିହ୍ନଟ କରିପାରିନାହିଁ । ଶବ ଟି ପଚି ଯାଇଥିବା ବେଳେ ଦୁର୍ଗନ୍ଧ ବାହାରୁଛି। ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଏବଂ ଦୁଇଦିନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି । ଅନ୍ୟପକ୍ଷରେ ଲୋକମାନଙ୍କୁ ସଠିକ ବ୍ୟବହାର ପ୍ରଦର୍ଶନ କରିବା ପାଇଁ ସରକାର ମୋ ସରକାର ଓ ୫ଟି କାର୍ଯ୍ୟକାରୀ କରିଥିଲା ବେଳେ ପୋଲିସ କର୍ମଚାରୀ ମାନଙ୍କ ବ୍ୟବହାର ପାଇଁ ସରକାର ନିନ୍ଦିତ ହେଉଥିବା ଦେଖାଯାଉଛି । ଆଜି ରାସୋଳ ଥାନା ଏସ୍ ଆଇ ଦିବ୍ୟସ୍ମିତା ବାରିକ ଘଟଣାସ୍ଥଳରେ ଦୀର୍ଘ ୩ ଘଣ୍ଟା ପରେ ପହଞ୍ଚିବା ପରେ ଉପସ୍ଥିତ ଜନସାଧାରଣ ମାନଙ୍କୁ ମୁକ ବଧୀର କହିବା ସହ ଗାଳି କରିଥିଲେ। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦଖା ଦେଇଛି । ପରେ ସାମ୍ବାଦିକ ମାନଙ୍କୁ ମଧ୍ୟ ଭିନ୍ମଭିନ୍ମ ଢଙ୍ଗରେ କଥାବାର୍ତା କରିଥିଲେ । ସାଧାରଣ ଲୋକମାନଙ୍କୁ ସଠିକ୍ ବ୍ୟବହାର ଦେଖାଇବା ବଦଳରେ ଏଭଳି ବ୍ୟବହାର କୁ ସାଧାରଣରେ ଆଲୋଚନା ହୋଇଥିଲା । ଘଟଣା ସ୍ଥଳରୁ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ରାସୋଳ ଥାନା କେଶ୍ ନମ୍ବର ୧୫୬/୨୦ ରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।ଢେଙ୍କାନାଳ ହିନ୍ଦୋଳ ରୁ ସୁଜିତ କୁମାର ବେହେରା ଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More