କେନ୍ଦ୍ରାପଡ଼ା ( ସଂଘର୍ଷ ମିଡିଆ ) : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଳକ ଅଜଣା ଗାଡ଼ି ଧକ୍କାରେ ପେଣ୍ଠପାଳ ପଞ୍ଚାୟତ ଦାଣ୍ଡିସାହି ଗ୍ରାମର କେଶବ ଚନ୍ଦ୍ର ସ୍ୱାଇଁଙ୍କ ପୁତ୍ର ସ୍ମତିର ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଛି । ସ୍ଥାନୀୟ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାଟି ଘଟିଛି ଗୋଗୁଆ ଚଉଦକୁଲାଟ ରାସ୍ତାର ପଳସିଂହା ଛକ ନିକଟରେ । ଖବର ନେବାରୁ ଜଣା ପଡିଛି ଯେ ପେଣ୍ଠପାଳ ପଞ୍ଚାୟତର ଦାଣ୍ଡିସାହି ଗ୍ରାମର କେଶବ ଚନ୍ଦ୍ର ସ୍ବାଇଁଙ୍କ ପୁଅ ସ୍ମୁତି ରଞନ ସ୍ବାଇଁ ବୟସ ୩୧ ବର୍ଷ ସେ ଘରୁ ବାହାରି ଚାଲି ଚାଲି ବାଙ୍ଗାଲୋର ଜିବା ବେଳେ ଚଉଦକୁଲାଟ ଗଗୁଆ ରାସ୍ତାରେ ଭୋର ପାଞ୍ଚଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଛି। ଏହି ଘଟଣାଟି ପ୍ରଘଟ ହେବାମାତ୍ରେ ସ୍ଥାନୀୟ ଲୋକମାନେ ଚଉଦକୁଲାଟ ଗଗୁଆ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଏସ ଡି ପି ଓ ରଂଜନ କୁମାର ଦେଓ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ, ଚଉଦକୁଲାଟ ଫାଣ୍ଡି ଅଧିକାରୀ ବିଜୟ କୁମାର ଖଟୁଆ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରି ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇଥିଲେ। ଏଠି ପ୍ରଶ୍ନ ଉଠୁଛି ସରକାର ଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ପକ୍ଷରୁ କଡାକଡି ଚେକିଙ୍ଗ୍ ପରେ ବେପରୁଆ ଗାଡି ଚାଳାଇବା ଦ୍ଵାରା ଏଭଳି ଅମୂଲ୍ୟ ଜୀବନ ଚାଲି ଯାଉଛି। ଏହି ପରିପ୍ରେକ୍ଷୀରେ ବେପରୁଆ ଗାଡି ଚାଳକଙ୍କ ପ୍ରତି କଠୋରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାଲିଯାଇଥିବା ଅମୂଲ୍ୟ ଜୀବନ ପରିବାରକୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।