ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ଅକ୍ଟୋବର ୧୫ରୁ ଚଳଚ୍ଚିତ୍ର ପ୍ରେକ୍ଷାଳୟ ଖୋଲିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିର୍ଦେଶନାମା ଜାରି କରିଛି। ଏନେଇ ଖୁବ୍ଶୀଘ୍ର ଏସ୍ଓପି ଜାରି କରିବେ। ଅବଶ୍ୟ ଏନେଇ କିଛି ସର୍ତ୍ତ ରହିଛି। ଆବଦ୍ଧାଞ୍ଚଳ ବାହାରେ ଥିବା ପ୍ରେକ୍ଷାଳୟକୁ ଅନୁମତି ମିଳିବ। ତେବେ କେନ୍ଦ୍ର ସରକାରଙ୍କ ଏହି ନିର୍ଦେଶନାମା ପରେ ଚଳଚ୍ଚିତ୍ର ପ୍ରେମୀ, ପ୍ରେକ୍ଷାଳୟ ମାଲିକ ଓ ଚଳଚ୍ଚିତ୍ର ପ୍ରଯୋଜକଙ୍କ ମନରେ ଆଶା ସଂଚରିଛି ମାତ୍ର ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ।