୬୮ତମ ଜାତୀୟ ବିଚ ଭଲିବଲ ଚମ୍ପିୟାନସିପ ଉଦଘାଟିତ

31

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ନୀଳାଦ୍ରି ବିଚ ଠାରେ ଓଡିଶା ରାଜ୍ୟ ସ୍କୁଲ ସ୍ପୋର୍ଟ୍ସ ଆସୋସିଏସନ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୪ ଦିନିଆ ୬୮ ତମ ବିଚ ଭଲିବଲ ଚମ୍ପିୟାନସିପ ଉଭୟ ବାଳକ ଓ ବାଳିକା ବର୍ଗ ଉଦଘାଟିତ ହୋଇ ଯାଇଛି।ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓ ଉଦଘାଟନ କରି ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି କୌଣସି ଜାତୀୟ ଚମ୍ପିୟାନ ସିପରେ ଅଂଶଗ୍ରହଣ କରିବା ଏକ ବଡ ଉପଲବ୍ଧି ବୋଲି କହିଥିଲେ।ପ୍ରତ୍ୟେକ ପିଲା ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭା ର ଉନ୍ମେଷ ଆମ ସମସ୍ତ ଙ୍କ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ।କ୍ରୀଡା ଶରୀର କୁ ସୁସ୍ଥ ରଖିବା ସହ ଶୃଙ୍ଖଳା ଓ ଭାଇଚାରାର ଶିକ୍ଷା ଦିଏ ଏହା ହିଁ କ୍ରୀଡ଼ାର ମହନୀୟତା ବୋଲି କହିବା ସହ ଶ୍ରୀ ମହାନ୍ତି ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି କ୍ରୀଡା ଅନେକ କିଛି ଶିକ୍ଷା ଦିଏ। ପ୍ରତ୍ୟେକ ପ୍ରତିଯୋଗୀ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ ଜାତୀୟ ଭଲିବଲ ଚମ୍ପିୟାନସିପ କାର୍ଯ୍ୟକ୍ରମର ଆୟୋଜନ ସମ୍ପର୍କରେ ଆଲୋକପାତ କରିବା ସହ ଏହି କ୍ରୀଡା ପିଲା ମାନଙ୍କୁ ସେମାନଙ୍କ ଜୀବନ ଶୈଳୀରେ ଅନେକ ସହଯୋଗ ଦେଇ ପାରିବେ ବୋଲି କହିଥିଲେ।ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମନୋରଞ୍ଜନ ମଲ୍ଲିକ ଏଥିରେ ଅଧ୍ୟକ୍ଷତା କରିବା ସହ ଜାତୀୟ କ୍ରୀଡା ରାଜ୍ୟ ତରଫରୁ ପୁରୀ ରେ ଆୟୋଜନ ହେବା ଅତି ଆନନ୍ଦର କଥା।ପ୍ରତିଯୋଗୀ ମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେବା ସହ ମହାପ୍ରଭୁଙ୍କ ଦର୍ଶନ କରି ଏକ ଚମତ୍କାର ଅନୁଭବ ନେଇ ଫେରିବେ ବୋଲି ଆଶା କରିଥିଲେ।ପ୍ରାରମ୍ଭରେ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ତଥା ସଂଘର ସମ୍ପାଦକ ସପନ କୁମାର ଜେନା ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ଅବଜରଭର ଅଯୋଧ୍ୟାର ରାକେଶ ସିଂ, ଫିଲ୍ଡ ଅବଜରଭର ସଞ୍ଜୟ କୁମାର, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ଭୂଷଣ ସମରଥ,ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଜ୍ଯାତିର୍ମୟୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସଭା ପୂର୍ବରୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ରେ ଅତିଥି ମାନେ ପୁଷ୍ପ ମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କ୍ରୀଡା ପତାକା ଉତ୍ତୋଳନ କରିଥିଲେ।୧୧ ଗୋଟି ରାଜ୍ୟ ରୁ ଆସିଥିବା ପ୍ରତିଯୋଗୀ ମାନେ ମାର୍ଚ୍ଚ ପାଷ୍ଟ କରିଥିଲେ।ପୁରୀ ସରସ୍ବତୀ ଶିଶୁ ମନ୍ଦିର ର ଛାତ୍ର ଛାତ୍ରୀ ମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶେଷରେ ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ଧନ୍ୟବାଦ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କୈଳାସ ଚନ୍ଦ୍ର ପ୍ରଧାନ, ବିଦ୍ୟାଧର ପ୍ରଧାନ , ମହେନ୍ଦ୍ର କୁମାର ବିଶ୍ବାଳ, ଭାଗିରଥୀ ମଲ୍ଲିକ, ପ୍ରଭାତ କୁମାର ମିଶ୍ର, ନୀଳମାଧବ ନନ୍ଦ ଓ ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More