୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ରେ ଯୁବକ ଅନିକେତ୍ ହେଲେ ଦ୍ବିତୀୟ

115

Get real time updates directly on you device, subscribe now.

ନବରଙ୍ଗପୁର:(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ସଦର ମହକୁମା ରେଭିନ୍ୟୁଗୁଡାର ପ୍ରଦୀପ୍ତ କୁମାର ଦାଶଙ୍କ ୨୧ ବର୍ଷର ପୁଅ ଅନିକେତ୍ ଦାଶ ୩ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ଦ୍ବିତୀୟ ସ୍ଥାନ ଅଧିକାର କରି ମାନ ପତ୍ର ପାଇ ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି l ଭୁବନେଶ୍ବର ଉତ୍କଳ କରାଟେ ସ୍କୁଲରେ ଏଇ ମାସ ୧୫,୧୬,୧୭ ତାରିଖ ତିନିଦିନ ଧରି ୩୦ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ଚାଲିଥିଲା l ଏଇ ୧୭ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ଅନିକେତ୍ ୫୪୦ କେଜି ଓଜନ ଉତ୍ତୋଳନ କରି ରାଜ୍ଯ ସ୍ତରରେ ଦ୍ବିତୀୟ ହୋଇ ନବରଙ୍ଗପୁର ଜିଲ୍ଲାକୁ ଟେକ ରଖିଛନ୍ତି l ଏଥିନେଇ ତାଙ୍କୁ ଅନେକ ଆଡୁ ଶୁଭେଚ୍ଛାର ସୁଅ ଛୁଟି ଚାଲିଛି l ସେ ଆହୁରି ଆଗକୁ ଉତ୍ତରୋତ୍ତର ଉନ୍ନତି କରନ୍ତୁ ଜିଲ୍ଲା, ରାଜ୍ଯ ଓ ଦେଶର ସୁନାମ ଆଣନ୍ତୁ ଓ ଦୀର୍ଘାୟୁ କରି ରଖନ୍ତୁ ଏହି କାମନା କରିଛନ୍ତି ସମସ୍ତ ଶୁଭେଚ୍ଛୁ ବୃନ୍ଦ lଭାଗବାନ ଅନିକେତକୁ ଶକ୍ତି ପ୍ରଦାନ କରନ୍ତୁ, ସେ ସବୁବେଳେ ଉନ୍ନତି ଦିଗରେ ବ୍ରତୀ ହେଇ ଉଠୁ l ପୁଅ ହେବ ତ ଏମିତି ବୋଲି ଚାରି ଆଡେ ଚର୍ଚ୍ଚା ହେଉଛି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More