ସୌମ୍ୟକାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

46

Get real time updates directly on you device, subscribe now.

ବିରିଡି ( ସଂଘର୍ଷ ମିଡିଆ ) : ବିରିଡି ବ୍ଲକ ସ୍ଥିତ ବତିମୀରା ପଞ୍ଚାୟତ ରାଣିପଡା ଖେଳପଢ଼ିଆ ଠାରେ ସୌମ୍ୟକାନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ପକ୍ଷରୁ ଏକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ୍ ରେ ୧୬ଟି ଟିମ୍ ଅଂଶ ଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚରେ ଭୁବନେଶ୍ୱର ବିଶୁନିଆପଡା ଓ ଜଗତସିଂହପୁର ପୁରୁଣାବସନ୍ତ କ୍ରିକେଟ ଟିମ୍ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ପୁରୁଣାବସନ୍ତ ଟିମ୍ ୪ଓଭରରେ ୮୦ରନ କରିଥିବା ବେଳେ ଏହାର ଜବାବରେ, ଭୁବନେଶ୍ୱର ବିଶୁନିଆପଡା କ୍ରିକେଟ ଟିମ୍ ୩ଓଭର ୪ବଲରେ ୮୧ ରନ କରି ବିଜୟ ହୋଇଥିଲା। ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ୍,ଜିଲା ବିଜେଡି ସମ୍ପାଦକ ପବିତ୍ର ପଶାୟତ,ସଂଖ୍ୟଲଘୁ ସେଲର ସଭାପତି ମୀର ଆଜମିର ଅଲ୍ଲି, ଜିଲା ପାରିଷଦ ସଭ୍ୟ ପ୍ରତାପ ବେହେରା, ଯୁବ ବିଜେଡି ସଭାପତି ଶୁସାନ୍ତ କୁମାର ସାହୁ,ଆଇନଜୀବି ଦୀପକ ପଶାୟତ, ସରପଞ୍ଚ ସ୍ଵର୍ଣ୍ଣଲତା ସେଠୀ,ସମିତି ସଭ୍ୟ ଗୋପବନ୍ଧୁ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଟିମ୍ ବିଶୁନିଆପଡା ଙ୍କୁ ଟ୍ରଫି ସହ ୧୪ହଜାର ଟଙ୍କା ପ୍ରଦାନ କରିବା ସହ ରନର୍ସଅପ ଦଳକୁ ଟ୍ରଫି ସହ ୧୦ହଜାର ଟଙ୍କା ପୁରଷ୍କାର ପ୍ରଦାନ କରିଥିଲେ।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More