ସୁବର୍ଣ୍ଣପୁରରେ ରାଜ୍ୟ ସ୍ତରୀୟ ମୁଥାଇ ଚମ୍ପିଆନସିପର ଛଅ ଜଣ ମେଡାଲ ବିଜେତାଙ୍କୁ ଦିଆଗଲା ସ୍ୱାଗତ ସମ୍ବର୍ଦ୍ଧନା

13

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :-ଆର୍ଟ ଟେମ୍ପୁଲ ସୋନପୁର ଓ କରେଟା ସ୍କୁଲ ତରଫରୁ ଓଡିଶା ମୁଥେଇ ଥାଲ୍ ବକ୍ସିରେ ଛଅ ଜଣିଆ ଖେଳାଳୀ ରାୟଗଡ଼ା ରାଜ୍ୟସ୍ତରିୟ ଚମ୍ପିୟାନଶିପରେ ଭାଗ ନେଇ ସମସ୍ତ ଖେଳାଳୀ ମେଡାଲ ବିଜେତା ହୋଇଛନ୍ତି । ସେମାନେ ହେଲେ ସିନିୟର୍ ବର୍ଗ ଓ ଜୁନିୟର ବର୍ଗର ନୀଳାଦ୍ରି ପାତ୍ର (ସ୍ଵର୍ଣ୍ଣ ପଦକ), ଅଜିତ ଗିରି (ରୋପ୍ୟା ପଦକ) ମିଳନ ସାହୁ (ରୋପ୍ୟ ପଦକ) ରାଜା ସାହୁ, ରୋପ୍ୟ ପଦକ, ସଂଗ୍ରାମ ମେହେର(, କଂ।ଶ୍ୟ ପଦକ) ଶାଶ୍ଵତ ଡ଼ାଙ୍ଗ, ରୋପ୍ୟ ପଦକ କୋଚ ସୁରଜ୍ ପୁଝାରୀ l ରାଜ୍ୟ ସ୍ତରିୟ ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରି ଜାତୀୟ ସ୍ତର ସକାଶେ ଆଗାମୀ ଦିନରେ ଖେଳିବାର ସୁଯୋଗ ପାଇବେ ବୋଲି କୋଚ ସୁରଜ୍ ପୁଝାରୀ ମତ ରଖିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣି ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ୱଚ୍ଛ ଭାରତ ସଂଗଠନ, ପତଞ୍ଜଳି ଯୁବ ଭାରତ, ମାର୍ଚେଣ୍ଟ ଏସୋସିଏସନ, ଜିଲ୍ଲା ରକ୍ତଦାତା ସେବା ସଂଘ ଓ ଫରେଷ୍ଟ ପାର୍କ ମର୍ନିଙ୍ଗ ୱାକର ଟିମ୍, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ସଂଘ ପକ୍ଷରୁ ଆଜି ସୁବର୍ଣ୍ଣପୁର ଫରେଷ୍ଟ ପାର୍କ ଠାରେ ବିପୁଳ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଇଂ. ଶ୍ରୀ ତିରୁପତି ପାତ୍ର, ମାର୍ଚେଣ୍ଟ ଏସୋସିଏସନ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ, ଯୁବ ନେତା ଆନନ୍ଦ ପାତ୍ର, ଡ୍ରଗିଷ୍ଟ କେମିଷ୍ଟ ସଂଘ ସଭାପତି ଉମେଶ କୁମାର ସାହୁ, ସମାଜସେବୀ ଶ୍ରୀବନ୍ତ ମିଶ୍ର, ଅକ୍ଷୟ ପାତ୍ର ଯୋଗ ଦେଇ ଖେଳାଳୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ଆଗାମୀ ୨୫ ତାରିଖ ରେ ଚେନ୍ନାଇ ରେ ହେଵାକୁ ଜାତୀୟ ସ୍ତରର କରାଟେ ପ୍ରତିଯୋଗିତାରେ ସଫଳତା ପାଇଁ ଶୁଭେଛା ପ୍ରଦାନ କରିଛନ୍ତି। ସଭାକୁ ସମାଜସେବୀ ମନୋଜ ପଣ୍ଡା, ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଫରେଷ୍ଟ ପାର୍କର ଅନେକ ମହିଳା ପୁରୁଷ ମର୍ନିଙ୍ଗ ୱାକର ଯୋଗ ଦେଇ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More