ଲେଜେଣ୍ଟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଆଜି ପାପଡାହାଣ୍ଡି ସରକାରୀ ଲାଲ ବାହାଦୁର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଖେଳ ପଡିଆ ଠାରେ ପାପଡାହାଣ୍ଡି ଲେଜେଣ୍ଟ କ୍ଲବ ର ଆନୁକୂଲ୍ୟରେ 8 ଗୋଟି ଦଳକୁ ନେଇ ଲେଜେଣ୍ଟ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି | ଆଜି ର ଉଦଘାଟିତ ମେଚରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ ଉପସ୍ଥିତ ଥିଲେ | ଆଜିର ଉଦଘାଟନ ମେଚରେ ଦୁଇଟି ମେଚ ଅନୁଷ୍ଠିତ ହୋଇଥିଲା | ପ୍ରଥମ ମେଚ ଟି ନୂଆକୋଟ ଲେଜେଣ୍ଟ ଏବଂ ମୋକିୟା ଲେଜେଣ୍ଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏହି ମେଚରେ ପ୍ରଥମେ ନୂଆକୋଟ ଲେଜେଣ୍ଟ ବେଟିଙ୍ଗ କରି ମୋକିୟା ଦଳକୁ 10 ଓଭରରେ 76 ରନ ର ଟାର୍ଗେଟ ଦେଇଥିବା ବେଳେ ମୋକିୟା ଦଳ 8 ଉଇକେଟ ହରାଇ ଟାର୍ଗେଟ ପୁରାକରି ବିଜୟୀ ହୋଇଥିଲେ | ଅନ୍ୟ ଏକ ମେଚଟି ପାପଡାହାଣ୍ଡି ଲେଜେଣ୍ଟ ଏବଂ ଆମପାଣି ଲେଜେଣ୍ଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ପାପଡାହାଣ୍ଡି ଲେଜେଣ୍ଟ ଦଳର କେପଟେନ ସୁଶାନ୍ତ କୁମାର ବେହେରା ଟସ ଜିତି ପ୍ରଥମେ ବେଟିଙ୍ଗ କରିବାକୁ ନିଷ୍ପତି ନେଇଥିଲେ | କେପଟେନ ଙ୍କ ନିଷ୍ପତି କୁ ଯଥାର୍ଥ ସାବ୍ୟସ୍ତ କରି ଓପେନିଙ୍ଗ ଯୋଡି ଲାଲ ମହମଦ ଖାନ ଓ ରମେଶ ସତନାମୀ ପ୍ରଥମ ଉଇକେଟ ର ଭାଗିଦାରୀ ରେ 134 ରନ କରିଥିବା ବେଳେ, ତିନି ଉଇକେଟ ହରାଇ 137 ରନ କରିଥିଲେ | ଜବାବରେ ଆମପାଣି ଲେଜେଣ୍ଟ ଦଳ ନିର୍ଧାରିତ 9 ଓଭର ରେ 4 ଉଇକେଟ ହରାଇ 85 ରନ କରି 52 ରନରେ ପରାସ୍ତ ହୋଇଥିଲେ | ଆଜିର ଏହି ମେଚ ରେ ପାପଡାହାଣ୍ଡି ଲେଜେଣ୍ଟ ଦଳର ରମେଶ ସତନାମୀ 24 ଟି ବଲ ଖେଳି 69 ରନ କରିଥିବା ରୁ ତାଙ୍କୁ ପ୍ରବୀଣ ସତନାମୀ ଦ୍ୱାରା ମେନ ଅଫ ମେଚ ପୁରସ୍କୃତ ହୋଇଥିଲେ ଏହି ମେଚକୁ ରାଜେଶ ରାଓ ଏବଂ ଟିପୁ ନାୟକ ପରିଚାଳନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଅମନ ଖାନ , ମିତ୍ର ସତନାମୀ ସାଇ ମୋହନ ରାଓ , ତ୍ରିନାଥ ଲେଙ୍କା, ସାହିଲ ନାୟକ , ଇଶ୍ୱର ସୁନା , ବିମଲ ଜେନ , ଭେଙ୍କେଟସ, ଚିନୁ ବାବୁ , ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More