ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ

138

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ପୁରୀରେ ଆୟୋଜିତ ନୂଆ ଓ ରାଜ୍ୟ ସ୍ତରୀୟ କ୍ରିକେଟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନବରଙ୍ଗପୁର ଜିଲ୍ଲାର ଉଭୟ ପୁରୁଷ ଏବଂ ମହିଳା ଦଳ ଜିଲ୍ଲାକୁ ଗର୍ବିତ କରିଛନ୍ତି। ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ମହିଳା କ୍ରିକେଟ ଦଳ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲେ ଏବଂ ପ୍ରଥମ ଉପବିଜେତା ହୋଇ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଗ୍ରହଣ କରିଛନ୍ତି। ସେହିପରି ନବରଙ୍ଗପୁର ପୁରୁଷ କ୍ରିକେଟ ଦଳ ଦୂତୀୟ ଉପବିଜେତା ହୋଇ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଗ୍ରହଣ କରିଛନ୍ତି। ଉକ୍ତ ସଫଳତା ପରେ ଦଳର ସମସ୍ତ ସଦସ୍ୟ ଏବଂ ଅଫିସିଆଲ୍ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ସମସ୍ତ ସଦସ୍ୟ ଙ୍କୁ ଶୁଭେଛା ଅଭିନନ୍ଦନ ଜଣାଇବା ସହ ଉକ୍ତ ପ୍ରତିଯୋଗିତା ରେ ଭାଗ ନେଇଥିବା ସମସ୍ତ ଅଫିସିଆଲ୍ ମାନଙ୍କୁ ମଧ୍ୟ ସାଧୁବାଦ ଜଣାଇଥିଲେ। ଦିନକୁ ଦିନ ନବରଙ୍ଗପୁର ଯୁବ ବର୍ଗ , ଉଭୟ କ୍ରୀଡ଼ା ସଂସ୍କୃତି ଏବଂ ଅନ୍ୟ ସମସ୍ତ ବିଭାଗରେ ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରୁ ଥିବାରୁ ଖୁସିବ୍ୟକ୍ତ କରିଥିଲେ ଏବଂ ଏହି ପ୍ରଚେଷ୍ଟା ଆଗକୁ ଆହୁରି ଜାରି ରଖିବାକୁ ପରାମର୍ଶ ଦେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁବେଳେ ସହଯୋଗ ରହିବ ବୋଲି କହିଥିଲେ। ଏହି ଅବସରରେ ଯେଉଁ କ୍ରୀଡାବିତ୍ ମାନେ ବିଜୟ ଲାଭ କରି ଫେରିଛନ୍ତି ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରିକେଟ କିଟ ଏବଂ କ୍ରିଡ଼ାବସ୍ତ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶିବ ଶଙ୍କର ପାଢ଼ୀ, ଜିଲ୍ଲା କ୍ରୀଡ଼ା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଆଇ ପି ପ୍ରଭାତ ପଟ୍ଟନାୟକ, କୋଚ୍ ବି.ଯୋଗେଶ କୁମାର ,ସୁବ୍ରତ ଗଣ୍ଡ ଏବଂ ସଙ୍ଗୀତା ବାଘ ପ୍ରମୁଖ ଉପସ୍ଥିତ ଥିଲେ। ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଖେଳାଳିଙ୍କ ଏହି ଉପଲବ୍ଧିର ଖବର ପ୍ରସାରିତ ହେବା ପରେ ଜିଲ୍ଲାର କ୍ରୀଡ଼ାପ୍ରେମୀ ମାନେ ଖୁସିବ୍ୟକ୍ତ କରିବା ସହ ସାଧୁବାଦ ଜଣାଇଛନ୍ତିନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More