ରାଜ୍ୟ ଏଥେଲେଟିକ ମିଟରେ କନିଷ୍ଠ ବର୍ଗରେ ନବରଙ୍ଗପୁର ଜିଲ୍ଲା ଗ୍ରୁପ ଚମ୍ପିୟାନ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇ ଥିବା ୭୦ ତମ ରାଜ୍ୟ ଏଥଲେଟିକ୍ ମିଟ୍ ଉଦଯାପନ ହୋଇଯାଇଛି। ଏଥିରେ ନବରଙ୍ଗପୁର ଜିଲ୍ଲାରୁ ୧୪, ୧୬, ଏବଂ ୧୮ବର୍ଷୀୟ ବର୍ଗର ସର୍ବମୋଟ ୪୨ ଜଣ କ୍ରୀଡ଼ାବିତ୍ ପ୍ରତିନିଧିତ୍ବ କରିଥିଲେ l ରାଜ୍ୟ ଏଥେଲେଟିକ ମିଟ ରେ କନିଷ୍ଠ ବର୍ଗରେ ନବରଙ୍ଗପୁର ଜିଲ୍ଲା ଗ୍ରୁପ ଚମ୍ପିୟାନ ହୋଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣି ପାରିଛି। ୧୬ ବର୍ଷରୁ କମ ବର୍ଗରେ ଏଲ୍.ସ୍ନିଗ୍ଧା ତିନୋଟି ବିଭିନ୍ନ ବର୍ଗର ଏବଂ ସାବିତ୍ରୀ ଚଲାଣ ପାଞ୍ଚଟି ବର୍ଗର କ୍ରୀଡାର ଦକ୍ଷତା କୁ ଭିତ୍ତି କରି ପଇଣ୍ଟକୁ ଆଧାରରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ସକୁନି ରାଜଗଣ୍ଡ ଜେବଲିନ ଥ୍ର ରେ ସ୍ଵର୍ଣ୍ଣ ପଦକ ଆଣି ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବାନ୍ୱିତ କରିଛନ୍ତି। ସେହିପରି କୁନି ରାଜଗଣ୍ଡ, ଚମ୍ପା ଭତ୍ରା , ସାବିତ୍ରୀ ଚାଲାଣ, ରାଧା ସାନ୍ତା ରୌପ୍ୟ ପଦକ ହାସଲ କରିଥିବା ବେଳେ ଭୂମିସୂତା ଦେହେରି, ଋତୁ ପମ୍ବିଆ, ସନ୍ତୋଷ କ୍ରୀଷ୍ଣା ଏବଂ ଲୁକୁ ବଡ ନାୟକ ବ୍ରଞ୍ଜ ପଦକ ହାସଲ କରିଛନ୍ତି। ଏହି ସଫଳତା ଜାଣିବା ପରେ ଜିଲ୍ଲାର ସମସ୍ତ କ୍ରୀଡାବିତ୍ ଖୁସି ପ୍ରକଟ କରି ଥିବା ବେଳେ ଜ଼ିଲ୍ଲା କ୍ରୀଡା ସଂଘ ତରଫରୁ ଜିଲ୍ଲା କ୍ରୀଡା ସଂଘର ସଭାପତି ତଥା ଜିଲ୍ଲାପାଳ ଡ .କମଳ ଲୋଚନ ମିଶ୍ର, ଉପସଭାପତି ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ୍.ଵାଲା କ୍ରିଷ୍ଣା ରାଓ,ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ,ଏଥଲେଟିକ୍ସ ସମ୍ପାଦକ ଜିତେନ୍ଦ୍ର ପରିଛା, ଜିଲ୍ଲା ହକି ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ମଲ୍ଲିକ୍, ଇଣ୍ଡୋର ସମ୍ପାଦକ ଶ୍ରୀ କୃଷ୍ଣ ପଟ୍ଟନାୟକ,କ୍ରିକେଟ୍ ସମ୍ପାଦକ ଶ୍ରୀ ଅଶୋକ କୁମାର ନାୟକ ପ୍ରମୁଖ ସମସ୍ତ କ୍ରୀଡ଼ାବିତ୍ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ସପନ ବୈରାଗୀ,ଏମ୍.ବିଜୟ କୁମାର ଏବଂ ଶ୍ରୀ ଦୁର୍ଯ୍ୟ ହରିଜନ ଙ୍କୁ କୋଚ୍ ଭାବେ ଦ୍ୱାୟିତ୍ୱ ଦିଆଯାଇଥିବା ବେଳେ ମହିଳା ଜିଲ୍ଲା କ୍ରୀଡା ସଂଯୋଜିକା ଇଂ.ଚନ୍ଦନା ମଲ୍ଲିକଙ୍କୁ ଟିମ୍ ମ୍ୟାନେଜର୍ ଭାବେ ଦ୍ୱାୟିତ୍ବ ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଶଶାଙ୍କ ଶେଖର ବେହେରା ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More