ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିନରେ ଥିବା ବେନରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସିଲାଟି ଆଦିବାସୀ ଗ୍ରାମରେ ମା ମାଉଳି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦୁଇଦିନିଆ ଟୁର୍ଣ୍ଣାମେଣ୍ଟ ହେଲା ଉଦ୍ଘାଟିତ l ଏହି ଅବସରରେ ବାବା ସାହେବ ଆମ୍ବେଦକର ଯୁବକ ସଂଘ ସଭାପତି ଟଙ୍କ ପୂଜାରୀଙ୍କ ସଭାପତିତ୍ବରେ ଓ ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ରେ ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ୍ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ବାବା ସାହେବ ଆମ୍ବେଦକର ବିଚାରମଂଚ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ପାଣିଗ୍ରାହୀ ଓ ଅନ୍ୟତମ ସମ୍ମାନୀତ ଅତିଥି ସୁଜିତ୍ ସରକାର, ୱାର୍ଡ ମେମ୍ବର ଶ୍ରୀମତୀ ବାସନ୍ତୀ ରାଜ ଗଣ୍ଡ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ lଏହି ଟୁର୍ଣ୍ଣାମେଣ୍ଟରେ ଷୋହଳଟି ଦଳ ଖେଳିବାର ଥିବା ବେଳେ ଆଜି ଆଠ ଟି ଦଳ ମଧ୍ୟରେ ଖେଳ ପ୍ରଦର୍ଶନ କରାଯାଇଥିଲା lଦୁଇ ଦିନିଆ ଟୁର୍ଣ୍ଣାମେଣ୍ଟ ରେ ଆସନ୍ତା କାଲି ପାଞ୍ଚ ତାରିଖରେ ଫାଇନାଲ ଖେଳ ପ୍ରଦର୍ଶନ ହେବ l ଆଜି ତେବେ ଆଠଟି ଦଳ ଭାଗ ନେଇଥିବା ଦଳ ମଧ୍ୟରୁ ଯିଏ ବିଜେତା ହେବେ,ସେ ସେମିଫାଇନାଲକୁ ଯାଇ ଫାଇନାଲରେ ଖେଳିବେ l ଆଜି ଛୋଟାସାହି ଓ ବଡ଼ଗାଁ ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ବଡ଼ଗାଁ ଦଳ ବିଜେତା ହୋଇଥିଲା l ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ଗ୍ରାମର ବାବାସାହେବ ଆମ୍ବେଦକର ଯୁବକ ସଂଘ ସୁପରିଚାଳନା କରୁଥିବାବେଳେ ଉପସଭାପତି ଶଙ୍କର ,ଜୟନ୍ତୀ, ସଞ୍ଜୟ, ପୀଙ୍କୁ, ଇସ୍ମାଲ, ଜସେବ, ନୀଳ, ନୀଳାମ୍ବର, ଶିବା,ରଞ୍ଜିତ,ବିଶୁ,ରେଫରି ଭାବରେ ସଞ୍ଜୟ ଖରା, ଉତ୍ତମ ତାଡ଼ିଙ୍ଗି, ନିଲାମ ଜାନୀ ଅଂଶ ଗ୍ରହଣ କରି ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l