ମା ବାମନଦେଇ କ୍ରିକେଟ ପ୍ରତିଯୋଗିତା ଉଦଯାପିତ

25

Get real time updates directly on you device, subscribe now.

ନବରଙ୍ଗପ୍ନର(ସଂଘର୍ଷ ମିଡିଆ ): –ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ରତାଖଣ୍ଡି ଗୁଡା ପଂଚାୟତ ଅନ୍ତର୍ଗତ ଦାବ୍ରିଗୁଡା ଗ୍ରାମରେ ଦୀର୍ଘ 5ଦିନ ଧରି ଚାଲିଥିବା କ୍ରିକେଟ ପ୍ରତିଯୋଗିତାର ହୋଇଯାଇଛି ।ଉକ୍ତ କ୍ରିକେଟ ପ୍ରତିଯୋଗିତାରେ ଆଖପାଖ ଗ୍ରାମର ମୋଟ 16 ଟି ଦଳ ଯୋଗ ଦେଇଥିବା ସୂଚନା ମିଳି ଥିବାବେଳେ, ପାଞ୍ଚଦିନ ଧରି ଚାଲିଥିବା ଏହି ଖେଳକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି। ଖେଳ କମିଟି ଦ୍ୱାରା ଖେଳକୁ ଶାନ୍ତି ଶୃଙ୍ଖଳା ଭାବରେ ଶେଷ କରାଯାଇଛି । ଏହି ଉଦଜାପନି ଦିବସରେ ଖେଳ ସାରିଆପଡା ଓ କୁମୁଣ୍ଡାଗୁଡା ଦଳ ମଧ୍ୟରେ ଖେଳାଇଥିଲା । ଆଜିର ଖେଳରେ ସାରିଆପଡା ଦଳ ବିଜେତା ଟ୍ରଫି ହାତେଇଥିବା ବେଳେ କୁମୁଣ୍ଡାଗୁଡା ଦଳ ଉପ ବିଜେତା ଟ୍ରଫି ହାତେଇ ଥିଲେ। ଉକ୍ତ ଉଦଜାପନି ସଭାରେ ଝରୀଗାଁ ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ଦୁର୍ଗା ପ୍ରସାଦ ମାଝୀ ଶେଷ ଦିନର ଖେଳରେ ଯୋଗଦେଇ ବିଜେତା ଦଳ କୁ ଟ୍ରଫି ସହ ୭୫୦୦ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ୫୫୦୦ଟଙ୍କା ପ୍ରଦାନ କରି ଉଭୟ ଦଳକୁ ଉତ୍ସାହିତ କରିଥିଲେ। ଖେଳ କମିଟିର ସଭ୍ୟ ସାଧୁ, ଉପେନ୍ଦ୍ର, ଦଶା, ବୈଦନାଥ, ଯଦୁ, ଗୁରୁବନ୍ଧୁ, ଲଚ୍ଛମନ ପ୍ରମୁଖ ପ୍ରତିଯୋଗିତା ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରିଥିବା ବେଳେ, ଘନ ଓ ରମେଶ ଖେଳରେ ଏମ୍ପାୟାର ଭାବରେ ଚମତ୍କାର ପ୍ରଦର୍ଶନ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More