ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ବୋରିଗାଁ ଗ୍ରାମପଞ୍ଚାୟତ ମେଣ୍ଡରା (ଯାଦବଗୁଡା) ଗ୍ରାମରେ ମାଁ ଠାକୁରାଣୀ ଫୁଟବଲ ଟୁର୍ଣାମେଣ୍ଟ ଦୁଇ ଦିନ ଧରି ଷୋହଳ ଟି ଦଳ ସହ ଖେଳ ଚାଲିଥିଲା ବେଳେ ଆଜି ଟୁର୍ଣାମେଣ୍ଟ ର ଅନ୍ତିମ ଦିନର ଫାଇନାଲ ମ୍ୟାଚ ଖେଳ ହୋଇଥିଲା l ଦୁଇ ଦଳ ଭିତରୁ ଜାମଦରା ସହିତ ନନ୍ଦପୁରା ଫାଇନାଲ ଖେଳ ଖେଳିଥିବା ବେଳେ ଏଥି ମଧ୍ୟରୁ ଜାମଦରା ଦଳ ବିଜୟ ହୋଇ ନନ୍ଦପୁରା ଦଳକୁ ହରାଇ ଥିଲେ lଉକ୍ତ ଟୁର୍ଣାମେଣ୍ଟ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ଜିଲ୍ଲା ପରିଷଦ ସଭ୍ୟା ତଥା ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାନେତ୍ରୀ ଡଂ ଲିପିକା ମାଝୀ, ସମ୍ମାନିତ ଅତିଥି ଜିଲ୍ଲା ଛାତ୍ର କଂଗ୍ରେସ ଉପ-ସଭାପତି ତଥା ଜିଲ୍ଲା ଯୁବ କଂଗ୍ରେସ କମିଟି ସମ୍ପାଦକ ନୁରେନ ତନ୍ତି, ବୋରିଗାଁ ସରପଞ୍ଚ ଶୁକ୍ରୃ ଭତ୍ରା,ଭାଗିରଥି ମାଝୀ,ଶ୍ରୀ ତ୍ରିନାଥ କଲାର, ଏବଂ ଅନେକ ନେତୃବୃନ୍ଦ ଯୋଗଦେଇଥିଲେ l ଏଥି ମଧ୍ୟରୁ ଜାମଦରା ଦଳ ବିଜୟ ହୋଇ ଥିବାରୁ ଟ୍ରଫି ସହିତ ୫୫୫୫ ଟଙ୍କା ଏବଂ ନନ୍ଦପୁରା ଦଳକୁ ଟ୍ରଫି ସହିତ ୪୪୪୪ ଟଙ୍କା ପ୍ରଦାନ କରିଥିଲେ ମୁଖ୍ୟଅତିଥି ଓ ସମ୍ମାନୀତଅତିଥିବୃନ୍ଦ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ସହ ଜି ବିନୋଦ କୁମାର ଙ୍କ ରିପୋର୍ଟ୍ ସଂଘର୍ଷ ନିଉଜ୍ l