ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ମହା ବିଦ୍ୟାଳୟ ପରିସରରେ 10 ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଏହି କ୍ରୀଡ଼ା ପ୍ରତିଯୋଗିତା ଉଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଲୁକ୍କାୟିତ ପ୍ରତିଭାକୁ ବିକଶିତ ଓ ପ୍ରସ୍ପୁଟିତ କରିବାରେ ଏହି କ୍ରୀଡ଼ା ପ୍ରତିଯୋଗିତା ସହାୟକ ହୋଇ ପାରିବ। ଏହି ଅବସରରେ ଅଧ୍ୟକ୍ଷ। ଡକ୍ଟର ରୀନା ସାହୁ କ୍ରୀଡ଼ା ବୁଦ୍ଧି ପରି କ୍ରୀଡ଼ା କ୍ଷେତ୍ରରେ ବି ଉତ୍କର୍ଷଣ ପ୍ରତିପାଦନ କରିବାକୁ ଆହ୍ୱାନ କରିଥିଲେ।ଏଥିରେ କ୍ରୀଡ଼ା ସଂସଦର ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଶ୍ରୀ ସୁକୁମାର ଶତପଥୀଙ୍କ ତତ୍ୱାବଧାନରେଅନୁଷ୍ଠିତ ହୋଇଯାଇଛି।ଉଚ୍ଚଡିଆ,ଲମ୍ବଡ଼ିଆ, ସଟ ଫୁଟ, ଡିଷ୍ କଷ୍ ଥ୍ରୋ, କବାଡି,ଦୌଡ 100- 200 ମିଟର, ଜ୍ବଭେଲିଂ ଥ୍ରୋ ସମେତ ଅନ୍ୟାନ୍ୟ କ୍ରୀଡ଼ା ହୋଇ ଥିଲା। ଏଥିରେ 80ରୁ ଉର୍ଦ୍ଧ୍ବ ଛାତ୍ରୀ ଭାଗ ନେଇ ଥିଲେ।କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ପ୍ରିୟଙ୍କା ଜେନା ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ ଚମ୍ପିୟାନ ହୋଇଥିଲେ।ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଡକ୍ଟର ଭାରତୀ ପ୍ରାରମ୍ଭିକ ସୂଚନା ଦେବା ସହ କଲେଜର ସମସ୍ତ ଛାତ୍ରୀ ଅଧ୍ୟାପିକା ଅଧ୍ୟାପକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।