ମହାଲକ୍ଷ୍ମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନୂଆଗାଁ ଚମ୍ପିୟାନ

8

Get real time updates directly on you device, subscribe now.

ବିରିଡି (ସଂଘର୍ଷ ମିଡିଆ ) : ମହାଲକ୍ଷ୍ମୀ କ୍ରିକେଟ କ୍ଳବ ବାଇପଦା ଆନୁକୂଲ୍ୟରେ ୯ ବାର୍ଷିକ ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଶ୍ଵନାଥ ହାଇସ୍କୁଲ ଖୋଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟକୁ ବିରିଡି ବ୍ଳକ ଜୋନ୍ ୨ର ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ କେକ୍ କାଟି ଉଦଘାଟନ କରିଥିଲେ। ତାଙ୍କ ସହ ବିରିଡି ବ୍ଳକ ଯୁବ ସଂମ୍ପାଦକ ପ୍ରଶାନ୍ତ କୁମାର ଜେନା ଅତିଥିଭାବେ ଯୋଗଦେଇଥିଲେ।୮ ଓଭର ବିଶିଷ୍ଟ ଏହି ଖୋଳରେ ଆଖପାଖ ଅଞ୍ଚଳର ୮ ଗୋଟି କ୍ରିକେଟ ଟିମ୍ ଯୋଗଦେଇ ନିଜ ନିଜର ଖୋଳ ପ୍ରଦର୍ଶନ କରିଥିଲେ।ଅନ୍ତିମ ପର୍ଯ୍ୟୟ ଖୋଳରେ ପ୍ରଥମେ ଜୟପୁର ଟିମ୍ ୬ଓଭର ଖୋଳି ୪ୱିକେଟ ହରାଇ ୩୭ରନ୍ ସଂଗ୍ରହ କରିଥିଲା।ତାର ଜବାବରେ ନୂଆଗାଁ ଟିମ୍ ୬ଓଭର ଖୋଳି ୨ୱିକେଟ ହରାଇ ୩୮ସଂଗ୍ରହ କରି ବିଜୟ ଲାଭ କରିଥିଲେ।ବିଜୟି ନୂଆଗାଁ ଟିମକୁ ଆୟୋଜକ ମା’ମହାଲକ୍ଷ୍ମୀ କ୍ରିକେଟ କ୍ଳବର ସଭାପତି ଗୌତମ ବିଶ୍ୱାଳ, ଅଶୋକ କୁମାର ଜେନା ଚମ୍ପିୟାନ ଟ୍ରଫିସହ ୧୦ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।ସେହିପରି ରନର୍ସଅପ ଜୟପୁର ଟିମକୁ ରନର୍ସ ଟ୍ରଫିସହ ୬ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।ଏଥିରେ ଅମ୍ପେୟାର ଭାବେ ଦିପ୍ତିରଞ୍ଜନ ବିଶ୍ୱାଳ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ଖୋଳ ପରିଚାଳନା କରିଥିଲେ।ମା’ମହାଲକ୍ଷ୍ମୀ କ୍ରିକେଟ କ୍ଳବ ବାଇପଦାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More