ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ : ଟିକେଟ୍ ପାଇଁ ରାତିରୁ ଲାଇନ୍, କାଉଣ୍ଟରରେ ଠେଲାପେଲା

7

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-ଟ୍ୱେଣ୍ଟି ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି । ୯ ଓ ୧୦ ତାରିଖ ଦୁଇଦିନ ଧରି ୧୨ ହଜାର ଟିକେଟ୍ ୯ଟି କାଉଣ୍ଟରରେ ବିକ୍ରି ହେଉଛି । ୭ଟି କାଉଣ୍ଟର ପୁରୁଷଙ୍କ ପାଇଁ ଥିବାବେଳେ ୨ଟି ମହିଳାଙ୍କ ପାଇଁ । ଜଣଙ୍କ ପିଛା କାଉଣ୍ଟରରେ ୨ଟି ଟିକେଟ୍ ମିଳୁଛି । ଯେଉଁଥିପାଇଁ ଗତ ରାତିରୁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ।ଆଉ ଆଜି ସକାଳ ୯ଟାରେ ଟିକେଟ୍ କାଉଣ୍ଟର ଖୋଲିବା ପରେ ଧସ୍ତାଧସ୍ତି ଦେଖିବାକୁ ମିଳିଛି । ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାଉଣ୍ଟର ଲାଇନ୍‌ରେ ଧସ୍ତାଧସ୍ତି, ଠେଲାପେଲା ହୋଇଛନ୍ତି । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ନାକେଦମ୍ ହୋଇଛି । ୨୦୧୫ ପରେ ୭ ବର୍ଷ ବ୍ୟବଧ୍ୟାନରେ ଦ୍ୱିତୀୟ ଥର ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳ ଓଡ଼ିଶା ଆସୁଛି । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More