ଅହମ୍ମଦାବାଦ(ଏଜେନ୍ସି) : – ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି ବିଶ୍ବକପରେ ଭାରତ-ପାକିସ୍ତାନ ମୁକାବିଲା ଚାଲିଛି। ଭାରତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୨.୫ ଓଭର ଖେଳି ୧୯୧ ରନରେ ଅଲଆଉଟ ହୋଇଯାଇଛି ଏବଂ ଭାରତକୁ ୧୯୨ ଟାର୍ଗେଟ ଦେଇଛି। ଆଜିର ମ୍ୟାଚରେ ଭାରତୀୟ ବୋଲର କମାଲ ଦେଖାଇଥିବାବେଳେ ପାକିସ୍ତାନକୁ ୧୯୧ରେ ସୀମିତ ରଖିବାରେ ସଫଳ ହୋଇଛନ୍ତି।