ନବରଙ୍ଗପୁର,(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟବିଜ୍ଞାନ ସେମିନାର ଓ ଡ୍ରାମା ଏବଂ ୧୭ ବର୍ଷରୁ କମ ଫୁଟବଲ ଦଳ ଚୟନ କାର୍ଯ୍ୟକ୍ରମ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ଙ୍କ ତତ୍ଵାବଧାନରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି |ଏଥିରେ ବ୍ଲକ ଅଧୀନ ମୋଟ ୧୫ ଟି ବିଦ୍ୟାଳୟ ବିଜ୍ଞାନ ସେମିନାର ଓ ଡ୍ରାମାରେ ଭାଗ ନେଇଥିଲେ | ଏଥିରେ ବିଚାରପତି ଭାବେ ଶିକ୍ଷକ କମଳାକାନ୍ତ ସାହୁ ଓ ଗୁପ୍ତ ପ୍ରସାଦ ନାଗ ଦାୟିତ୍ଵ ତୁଲାଇ ଥିଲେ | ବିଜ୍ଞାନ ସେମିନାର ରେ ଜି. ବିନ୍ଦୁ ସାଗର ଓ ଡ୍ରାମାରେ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ଜିଲା ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି | ସେହିପରି ବାଳକ, ବାଳିକା ବିଭାଗ ୧୭ ବର୍ଷରୁ କମ ବ୍ଲକ ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା | ଏଥିରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ମୋଟ ୬୦ ଜଣ ଛାତ୍ର ,ଛାତ୍ରୀ ଭାଗ ନେଇଥିଲେ | ଏଥିରୁ ବାଳକ ବିଭାଗରୁ ୧୫ ଜଣିଆ ଏକ ଦଳ ଓ ବାଳିକା ବିଭାଗ ରୁ ୧୫ ଜଣିଆ ଏକ ଦଳ ଚୟନ କରାଯାଇଥିଲା | ଚୟନ ହୋଇଥିବା ଏହି ୨ ଦଳ ଜିଲା ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ | ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ ଓ ବୋରିଗଁ। କ୍ରିଡା ଶିକକ ରଞ୍ଜନ କୁମାର ପରିଡା ଖେଳ ପରିଚାଳନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଆଞ୍ଚଳିକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ପିଙ୍କିକୁମାରୀ ଗୁପ୍ତା, ଗୀତାଞ୍ଜଳି ବସ୍ତିଆ, ହେମେନ୍ଦ୍ର ନାଥ ବେହେରା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।