ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ

13

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ରେ ଜିଲ୍ଲା ସ୍ତରୀୟ ଚଳିତ ମାସ 14 ରୁ 17 ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ପ୍ରାରମ୍ଭିକ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର ନନ୍ଦନବନ ଠାରେ ବିଶିଷ୍ଟ ଅତିଥିମାନଙ୍କ ଗହଣରେ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି l ବିଶିଷ୍ଟ ଶିକ୍ଷାବିତ ତଥା ମାନ୍ୟବର କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାନ୍ୟବର ମୁଖମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଓଡ଼ିଶାରେ କ୍ରୀଡାର ବିକାଶ ପାଇଁ ରହିଥିବା ଉଲ୍ଲେଖନୀୟ ଭୂମିକା ସମ୍ବନ୍ଧରେ ବକ୍ତବ୍ୟ ରଖିବା ସହ ” Football for all ” ନାରା ଦେଇ ରାଜ୍ୟ ର 4 ହଜାର ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟ ସରକାର ଫୁଟବଲ ଯୋଗାଇ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ l ସମ୍ମାନୀୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗଦେଇ ଜିଲ୍ଲାରେ କ୍ରୀଡାର ବଳିଷ୍ଠ ଭିତ୍ତିଭୂମି ଉପରେ ଆଲୋକପାତ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ କଠିନ ଅଧ୍ୟବସାୟ ହିଁ ସଫଳତା ଆଣିଦିଏ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ଏ ଦିଗରେ ଶାରୀରିକ ଶିକ୍ଷା ଶିକ୍ଷକ ମାନଙ୍କ ଏକ ବଳିଷ୍ଠ ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ l କ୍ରୀଡା କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ରାଜ୍ୟରେ କିପରି ଅଗ୍ରଣୀ ଭୂମିକା ନେଇପାରିବେ ସେଥିନିମନ୍ତେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମାରୋହ ରେ ପ୍ରାରମ୍ଭିକ ସଂଗୀତ ” ବନ୍ଦେ ଉତ୍କଳ ଜନନୀ ” ସାଧୁଚରଣ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପରିବେଷଣ କରିବା ସହ ଅତିଥି ଅଭ୍ୟର୍ଥନା କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ଶ୍ରୀ ସନତ କୁମାର ନାଏକ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ହରଭଙ୍ଗା ପଂଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦାନ କରି ନିଜ ନିଜ ର ବକ୍ତବ୍ୟ ରଖିଥିଲେ l ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଆନନ୍ଦ କୁମାର ବେହେରା ପ୍ରାରମ୍ଭିକ ବିବରଣୀ ଉପସ୍ଥାପନ କରିଥିଲେ l ଜିଲ୍ଲାର 76 ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶାରୀରିକ ଶିକ୍ଷା ଶିକ୍ଷକ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ମାନଙ୍କ ଠାରୁ ଫୁଟବଲ, ଜର୍ସି ଓ ଜୋତା ଗ୍ରହଣ କରିଥିଲେ l ବାଉଁଶ଼ୁଣୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ର ଛାତ୍ର ଶ୍ରୀମାନ ରିଷିବ ମେହେର ଓ ରୋଶନ ମେହେର ମାନ୍ୟବର ସାଂସଦଙ୍କୁ ସ୍ୱହସ୍ତରେ ଅଙ୍କିତ ଫୋଟଚିତ୍ର ପ୍ରଦାନ କରିଥିଲେ l ପରିଶେଷରେ ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ” ହମ ହୋଂଗେ କମିୟାବ ” ଗାନ କରିବା ସହିତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More