ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ଉଦଘାଟିତ

122

Get real time updates directly on you device, subscribe now.

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ) : – କେନ୍ଦ୍ରାପଡା ପୌରାଂଚଳ ୧ ନଂ ୱାର୍ଡ ଅଧ୍ଵନ ଶ୍ୟାମଗୁଡିଆଠାରେ ବହୁମୂଖୀ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଉଦ୍‌ଘାଟିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ VC ଦ୍ୱାରା ଏହି ଷ୍ଟାଡିୟମକୁ ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ରାଜ୍ୟରଯୁବଶକ୍ତି କୁ ସଶକ୍ତ କରିବା ଓ କ୍ରୀଡା ଭିତିଭୂମିର ବିକାଶ କରିବା ସହ ଯୁବ ପ୍ରତିଭା ମଧ୍ୟରେ ଥିବା କ୍ରୀଡାନୈପୁଣ୍ୟକୁ ଅଧୂକ ଶକ୍ତିଶାଳୀ ଦକ୍ଷ କରିବା ପାଇଁ ଏହିଷ୍ଟାଡିୟମ ଗୁଡିକର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟରେ କହିଥିଲେ । ୫-ଟି ଅଧ୍ୟକ୍ଷ ଭି. କାର୍ତିକେୟ ପାଣ୍ଡିଆନ ଏହି ଅବସରରେ ଓଡିଶା ବାସୀଙ୍କୁ ଉଦ୍‌ବୋଧନ ଦେଇ ଏହି ଇଣ୍ଡୋର ଷ୍ଟାଡିୟମ ଲୋକ ମାନଙ୍କର ସମ୍ପତି, ଏହାର ଯତ୍ନ ଓ ଦାୟିତ୍ଵ ନେବା ଲୋକ ମାନଙ୍କର କର୍ତବ୍ୟ ବୋଲି ସୂଚାଇ ଦେଇଥିଲେ। ଏ ଉପଲକ୍ଷେ ଷ୍ଟାଡିୟମ ପରିସର ମଧ୍ୟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଧାୟକ ଶଶିଭୂଷଣ ବେହେରା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ପୌରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲା କ୍ରୀଡା ସଂପାଦକ ସୟଦ ଅକମଲ ଅଲ୍ଲୀ, କେନ୍ଦ୍ରାପଡା କ୍ରିକେଟ୍ ଆସୋସି ଏସନ ସଂପାଦକ ଶୁଭାଶିଷସେନାପତିଙ୍କ ସମେତ ବହୁ କ୍ରୀଡାବିତ୍, କ୍ରୀଡା ସଂଗଠକଓ କ୍ରୀଡା ପ୍ରେମୀମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More