ବାରବାଟୀ ଷ୍ଟାଡିୟମରେ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ଟି ଟୋଣ୍ଟି କ୍ରିକେଟର ମଜା

20

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କୋଭିଡ ମହାମାରୀ ପରେ କଟକ ବାରବାଟୀ ଷ୍ଟାଡିୟମରେ ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଦେଖିବାକୁ ମିଳିବ ଅନ୍ତର୍ଜାତୀୟ ଟି ଟୋଣ୍ଟି ବା ଫଟାଫଟ କ୍ରିକେଟର ମଜା। ଆସନ୍ତା ଜୁନ ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ। ଏଥି ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଆଜି ଗାଡି ପାର୍କିଂ ନେଇ ତଳ ଓ ଉପର ବାଲିଯାତ୍ରା ପଡିଆ ପରିଦର୍ଶନ କରିଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଓସିଏ କର୍ତ୍ତୃପକ୍ଷ । ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ଓସିଏ ସଂପାଦକ ସଂଜୟ ବେହେରା, ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଓ ସିଏମସି କମିସନର ଅନନ୍ୟା ଦାସଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ବାଲିଯାତ୍ରା ପଡିଆ ବୁଲି ଦେଖିଥିଲେ। ଏଥର ୪୪ ହଜାର ଦର୍ଶକ ମ୍ୟାଚରେ ଉପସ୍ଥିତ ରହିବେ ଏବଂ ସେଥିପାଇଁ ୨୫ ହଜାର ଗାଡି ପାର୍କିଂର ବ୍ୟବସ୍ଥା ହେବ।ତଳ ଓ ଉପର ବାଲିଯାତ୍ରା ପଡିଆରେ ଭିଆଇପି, ଭିଭିଆଇପିଙ୍କ ଗାଡି ପାର୍କିଂ ହେବା ସହ ସାଧାରଣ ଦର୍ଶକଙ୍କ ଗାଡି ମଧ୍ୟ ପାର୍କିଂ ହେବ। ଏଥି ସହିତ ଆଖପାଖ ଛୋଟ ଛୋଟ ପଡିଆରେ ଗାଡି ସବୁ ପାର୍କିଂ ହେବ। ଆଗକୁ ଓସିଏ ପୋଲିସ କମିଶନର ଓ କ୍ରୀଡା ସଚିବଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ କୋବିଡ୍ ସ୍ଥିତି ସାମାନ୍ୟ ହୋଇଥିବାରୁ ସରକାର ବାରବାଟୀ ମ୍ୟାଚ ପାଇଁ ଦର୍ଶକଙ୍କୁ ଅନୁମତି ଶୀଘ୍ର ଦେବେ ବୋଲି ଓସିଏ ସଂପାଦକ ଆଶା ରଖିଛନ୍ତି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More