ବାବା ଚାଉଁରିଆ କ୍ରିକେଟ ଟୁର୍ଣ।ମେଣ୍ଟ ଉଦଯାପିତ: ଅଞ୍ଚଳା ଦଳ ବିଜେତା ଓ ବଡନୀ ଦଳ ଉପ ବିଜେତା

25

Get real time updates directly on you device, subscribe now.

ନବରଙ୍ଗପୁର:(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଅଂଚଳା ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଗ୍ରାମର ଯୁବ ଗୋଷ୍ଠୀ ମାନଙ୍କ ଆନୁକୁଲ୍ୟରେ ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ ହୋଇଥିଲା ଉଦଘାଟନ l ଏହି ଅବସରରେ ଡାବୁଗାଁ କଂଗ୍ରେସ ବ୍ଳକ ସଭାପତି ଜି.ସାଇ ରାଜୁ ଙ୍କ ଦ୍ଵାରା ଫିତା କାଟି ଉଦଘାଟନ କରାଯାଇଥିଲା l ଉକ୍ତ ଟୁର୍ଣ୍ଣାମେଣ୍ଟ ଷୋହଳ ଟି ଦଳ ଦ୍ୱାରା ଖେଳ ଆରମ୍ଭ ହୋଇ ସତେଇଶି ତାରିଖରେ ଫାଇନାଲ ଖେଳ ହୋଇ ଅଞ୍ଚଳା ଦଳ ବିଜେତା ହୋଇଥିବା ବେଳେ ୧୨୦୦୦ ଟଙ୍କା ସହ ଟ୍ରଫି ଓ ଉପ ବିଜେତା ବଡନୀ ଦଳକୁ ୮୦୦୦ ଟଙ୍କା ସହ ଟ୍ରଫି ମୁଖ୍ୟ ଅତିଥି ନବରଙ୍ଗପୁର ସାଂସଦପ୍ରାର୍ଥୀ ଭୂଜବଳମାଝୀ, ସମ୍ମାନୀତ ଅତିଥି ଭାବେ କଂଗ୍ରେସ ବ୍ଳକ ସଭାପତି ଜି ସାଇ ରାଜୁ, ଡାବୁଗାଁ ଜୋନ ସଭାପତି ପ୍ରକାଶ ପଣ୍ଡା ଓ ବଂଶୀଧର ମାଝୀ,ଧର୍ମାନନ୍ଦ ନାୟକ,ନୂରେନ୍ ତନ୍ତୀ,ଶିଶିଧର ମାଝୀ ପ୍ରମୂଖ ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ବାବା ଚାଉଁରିଆ କ୍ରିକେଟ ଟୁର୍ନାମେଣ୍ଟ କମିଟି ମାନଙ୍କ ମଧ୍ୟରେ ଦୁର୍ଜନ, କୁନୁ, ଗଣେଶ, ଶଙ୍କର, ପିଣ୍ଟୁ, ଲବ,ନରେଶ ଓ ପପୁ ପ୍ରମୂଖ ଅନ୍ୟମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଟୁର୍ଣ୍ଣାମେଣ୍ଟକୁ ଉଦଯାପିତ କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More