କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବାରଙ୍ଗ ବ୍ଲକ କୋରକୋରା ପଂଚାୟତ ଅନ୍ତର୍ଗତ ବାଙ୍କେଶ୍ୱର ଗ୍ରାମରେ ବାଙ୍କନାଥ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଏକ ରାତ୍ରୀ କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ 16 ଗୋଟି ଦଳ ଭାଗ ନେଇଥିଲେ।କୋରକୋରା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଅଶୋକ ପାତ୍ର, ଆନୁଷ୍ଠାନିକ ଭାବେ ଫିତା କାଟି ଖେଳଟିକୁ ଉଦଘାଟନ କରିଥିଲେ।ଖେଳାଳିମାନଙ୍କୁ ଶୃଙ୍ଖଳା ଓ ଭାଇଚାରା ରଖି ଖେଳିବା ପାଇଁ ନିଜ ପ୍ରତିକ୍ରିୟା ରେ ଶ୍ରୀଯୁକ୍ତ ପାତ୍ର କହିଥିଲେ।ଫାଇନାଲ୍ ମ୍ୟାଚ ରେ ସାଇଲୋଝାରପଡା ଓ ଜୋହଳ କ୍ରିକେଟ ଟିମ ଖେଳିଥିଲେ।ପ୍ରଥମେ ଟଚ ଜିତି ଝାରପଡା କ୍ରିକେଟ ଟିମ ବୋଲିଂ କରିଥିଲେ।ଜୋହଳ ଟିମ ନିର୍ଦ୍ଧାରିତ5ଓଭର ରେ 8 wiket ହରାଇ 20 ରନ କରିଥିଲେ।ଜବାବ ରେ ଝାରପଡା ଟିମ 2.4 ଓଭର ରେ 5 wiket ହରାଇ ବିଜୟୀ ହୋଇଥିଲା।ବିଜୟୀ ଟିମ ଝାରପଡା କ୍ରିକେଟ ଟିମକୁ ନଅ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଜୋହଳ କ୍ରିକେଟ ଟିମ ରନର୍ସ ଅପ ହୋଇ ଟ୍ରଫି ସହିତ ସାତ ହଜାର ଟଙ୍କା ଗ୍ରହଣ କରିଥିଲେ।ଖେଳଟିକୁ ପରିଚାଳନା କରିଥିଲେ ଦୁଇ ଅଁପ୍ୟାର ପୁର୍ଣଚନ୍ଦ୍ର ସାହୁ ଓ ସୌମ୍ୟଜିତ ମହାନ୍ତି। ଥାର୍ଡ ଅଁପ୍ୟାର ସାର୍ଥକ ମହାପାତ୍ର,।ଖେଳ ଧାରା ବିବରଣୀ ଦେଇଥିଲେ ଦୁର୍ଗା ପ୍ରସାଦ ମହାନ୍ତି ଓ ଅଜିତ ପାତ୍ର,।ସ୍କୋର ବୋର୍ଡ ସମ୍ଭାଳିଥିଲେ ସୌମ୍ୟରଂଜନ ବଳିଆର ସିଂ ଓ ବିଜୟ କୁମାର ପାତ୍ର। କଟକ ଜିଲ୍ଲା ଗ୍ରାମଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।