ପ୍ଲାଷ୍ଟିକ ଭଲି ବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ରାଜୁ ଦଳର ବାଜିମାତ

106

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଗାନ୍ଧୀନଗର ସ୍ଥିତ ଆରଏମସି ପଡିଆରେ ଜିଲ୍ଳା ଇତିହାସରେ ପ୍ରଥମଥର ପାଇଁ ମା ଧରଣୀ ପ୍ଲାଷ୍ଟିକ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବିଶିଷ୍ଟ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବାରିକ ସଂଘର ସଭାପତି ଏନ, ଗଣେଶ ଯୋଗ ଦେଇ ବିଜୟ ଦଳକୁ ପୁରସ୍କୃତ କରିଥିଲେ। ଏକ ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ ମା ଭବାନୀ ଦଳକୁ ରାଜୁ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୧୮-୧୩ ପଏଣ୍ଟରେ ପରାସ୍ତ କରି ଫାଇନାଲ କପ୍ ହାସଲ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଟୁକୁନା ନାୟକ ଏବଂ ଅର୍ଜୁନ ଭତରା ମଞ୍ଚାସିନ ଥିଲେ। ମା ଧରଣୀ ଯୁବକ ସଂଘର ସଭାପତି ଜଗା ଆଚାରୀ ଏବଂ ସମ୍ପାଦକ ବାବୁଲା ଜାନୀ ସମେତ ସଂଘର ସମସ୍ତ ସଭ୍ୟ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଛନ୍ତି। ସୂଚନା ଯୋଗ୍ୟ ଯେ ପ୍ଲାଷ୍ଟିକ ଭଲିବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି।ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More