ପ୍ରଥମ ଭାଗିରାଥି ବେହେରା ସ୍ମୃତି ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ

26

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ରାଉରକେଲା ସହରର ସେକ୍ଟର-୧୯ ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ୍‌ ପରିସରରେ ପ୍ରଥମ ଭାଗିରାଥି ବେହେରା ସ୍ମୃତି ଚେସ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଭାଗିରଥି ବେହେରା ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ୍‌,ସେକ୍ଟର-୧୯ର ସହଯୋଗ ଓ ପାନପୋଷ କ୍ରୀଡ଼ା ସଙ୍ଗଠନର ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯୋଗଦେଇଥିବା ଅତିଥିମାନେ ସ୍ୱର୍ଗତ ଭାଗିରଥି ବେହେରାଙ୍କ ସ୍ମୃତିଚାରଣ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଆର୍‌ଏସପି କ୍ରୀଡ଼ା ଓ ପ୍ରୋଟୋକୋଲ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ, ସ୍ୱତନ୍ତ୍ର ଅତିଥିଭାବେ ଓଡ଼ିଶା ଚେସ୍‌ ମହାସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ । ଏଥିରେ ସମ୍ମାନିତ ଅତିଥିଭାବେ ସଙ୍ଗଠିକା ତଥା ସମାଜସେବୀ ଶ୍ରଦ୍ଧା ଅଡ଼ଙ୍ଗୀ ଏବଂ ଜ୍ଞାନଜ୍ୟୋତି ପବ୍ଲିକ୍‌ ସ୍କୁଲ୍‌ର ଅଧ୍ୟକ୍ଷ ଜଳଧର ମହାପାତ୍ର ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ। ଏହାସହିତ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଚେସ୍‌ ଓ ଅନ୍ୟ ଖେଳାଳୀମାନଙ୍କୁ ପ୍ରୋତ୍ସାହନ ମିଳୁଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ଶତାଧିକ ପ୍ରତିଯୋଗୀମାନେ ଭାଗ ନେଇଥିଲେ। ୭ବର୍ଷରୁ କମ୍‌, ୯ବର୍ଷରୁ କମ୍‌, ୧୧ବର୍ଷରୁ କମ୍‌, ୧୩ବର୍ଷରୁ କମ୍‌, ୧୫ର୍ଷରୁ କମ୍‌, ୧୭ବର୍ଷରୁ କମ୍‌, ୧୯ବର୍ଷରୁ କମ୍‌ ବର୍ଗର ଉଭୟେ ଭାଳକ ଓ ବାଳିକା ସହିତ ୧୯ବର୍ଷରୁ ଅଧିକ ପୁରୁଷ ଓ ମହିଳା ବର୍ଗରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହା ସହିତ ସମସ୍ତ ବର୍ଗର ତିନିଜଣ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସ୍ୱତନ୍ତ୍ରଭାବେ ଅର୍ଥ ପୁରସ୍କାର ଦିଆଯାଇଥିଲା । ପ୍ରଥମ ସ୍ଥାନ ହାସଲ କରିଥିବା ନର ନାରାୟଣ ବେହେରାଙ୍କୁ ୧୦୦୦ଟଙ୍କାର ଚେକ୍‌, ଦ୍ବିତୀୟ ସ୍ଥାନରେ ରହିଥିବା ଚନ୍ଦ୍ର ଶେଖର ପଣ୍ଡାଙ୍କୁ ୭୦୦ଟଙ୍କାର ଚେକ୍‌ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ସତ୍ୟମ ନାୟକଙ୍କୁ ୫୦୦ଟଙ୍କାର ଚେକ୍‌ ପୁରସ୍କାର ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହା ସହିତ ୪ର୍ଥ ସ୍ଥାନରେ ଦିପ୍ତେଶ କୁମାର ସାହୁ, ୫ମ ସ୍ଥାନରେ ବଇଭବ ଅଗ୍ରୱାଲ, ୬ଷ୍ଠ ସ୍ଥାନରେ ହିମାଂଶୁ ମଲ୍ଲିକ, ୭ମ ସ୍ଥାନରେ ସତ୍ୟମ ସାହୁ, ୮ମ ସ୍ଥାନରେ ଆୟୁଷ ପତି, ୯ମ ସ୍ଥାନରେ ସ୍ବୟମ ଅଗ୍ରୱାଲ, ଓ ୧୦ମ ସ୍ଥାନରେ ଆଦିତ୍ୟ କୁମାର ସ’ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ପାନପୋଷ କ୍ରୀଡ଼ା ସଙ୍ଗଠନର ଉପସଭାପତି ମହେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଙ୍ଗଠନର ପ୍ରତିଯୋଗିତା ଆୟୋଜକ ସମିତିର ଅଧ୍ୟକ୍ଷ ପ୍ରଦୀପ କୁମାର ବିଷୋୟୀଙ୍କ ନେତୃତ୍ୱରେ ହେଉଥିବା ଏହି ପ୍ରତିଯୋଗିତାର ସମସ୍ତ ଖେଳର ବିଚାରକ ବା ଆର୍ବିଟ୍ରେଟର ଭାବେ ପ୍ରକାଶ ସାହୁ ଓ ସଂଯୋଜକ ଭାବେ ସୁଜିତ ତନ୍ତୀ ଦାୟିତ୍ୱ ତୁଲାଇଥିଲେ। ଏଥିରେ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ୍‌ର କ୍ରୀଡ଼ା ଶିକ୍ଷକ ଦେବୀ ପ୍ରସାଦ ସ୍ୱାଇଁ ସହଯୋଗ କରିଥିଲେ । ଆସନ୍ତା ଦିନରେ ଭାଗିରଥି ବେହେରା ସ୍ମୃତି କମିଟି ପକ୍ଷରୁ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More