ପ୍ରକାଶ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା କଣ୍ଟାପଡା ବ୍ଲକ ଅନ୍ତର୍ଗତ ନାହାଳପୁର ଗ୍ରାମପଞ୍ଚାୟତ ନାହାଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ପ୍ରକାଶ ମେମୋରିଆଲ ନାଇଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ବାବା ବିଶ୍ଵନାଥ ଯୁବପରିସଦ ଆନୁକୂଲ୍ୟରେ ଆଖପାଖ ଅଞ୍ଚଳର 16ଗୋଟି କ୍ରିକେଟ ଦଳକୁ ନେଇ ଟୁର୍ଣ୍ଣାମେଂଟଟି ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କଣ୍ଟାପଡା ବ୍ଲକ ଯୁବ ବିଜେଡି ସଭାପତି ତଥା ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିମାନ ବିହାରୀ ବେହେରା ଆନୁଷ୍ଠାନିକ ଭାବେ ଫିତା କାଟି ଖେଳଟିକୁ ଉଦଘାଟନ କରିଥିଲେ।ସଂମାନିତ ଅତିଥି ଭାବେ ଆଇନଜୀବୀ ଧନଞ୍ଜୟ ନାୟକ ଓ ସନ୍ତୋଷ କୁମାର ନାୟକ ଯୋଗଦେଇଥିଲେ। ଉଦ୍ଘାଟନୀ ମ୍ୟାଚ ଗୁଣାଦୋଳ କ୍ରିକେଟ ଟିମ କୁ ପାଇକପଡା କ୍ରିକେଟ ଟିମ 7 wiket ରେ ପରାଜିତ କରିଥଲା।ଫାଇନାଲ୍ ମ୍ୟାଚ ଝାରପଡା କ୍ରିକେଟ ଟିମ ଓ ଉକୁନ୍ଦ୍ରା କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ ଜିତି ଉକୁନ୍ଦ୍ରା ଟିମ ବୋଲିଂ କରିଥିଲେ।ଝାରପଡା ଟିମ 5 ଓଭର ରେ 4 wiket ହରାଇ 56 ରନ କରିଥିଲା।ଉକୁନ୍ଦ୍ରା ଟିମ ନିର୍ଦ୍ଧାରିତ 5 ଓଭରରେ 9 wiket ହରାଇ 45 ରନ କରିଥିଲା।ଝାରପଡା ଟିମ 11 ରନ ରେ ବିଜୟୀ ହୋଇଥିଲା।ବିଜେତା ଦଳ କୁ ଟ୍ରଫି ସହିତ 8000 (ଆଠ) ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହିତ 7000( ସାତ )ଟଙ୍କା ପ୍ରଦାନ କରାଯାଇଥିଲା।ଖେଳଟିକୁ ପରିଚାଳନା କରିଥିଲେ ଆଂପ୍ୟାର ଦାଶରଥି ସାହୁ ଓ ତୋଫାନ ଓ ବବୁଲ ପ୍ରଧାନ।ସ୍କୋର ବୋର୍ଡରେ ରାଜା,ରାକେଶ ନାୟକ ଓ ବୁବୁନା ସହଯୋଗ କରିଥିଲେ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More