ପୁରୀରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଓ ମହିଳା କ୍ରିକେଟ ଏକାଡେମୀ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

205

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ଯୁବ କ୍ରୀଡାବିତ ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।ଆଜି ଅପରାହ୍ନରେ ପୁରୀ ପେଣ୍ଠକଟା ସ୍ଥିତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଓ ମହିଳା କ୍ରିକେଟ ଏକାଡେମୀର ଶୁଭ ଉଦଘାଟନ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା।ରାଜ୍ୟ ସରକାର କ୍ରୀଡା ଓ କ୍ରୀଡାବିତ ଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ଆମ କ୍ରୀଡା ଭିତ୍ତିଭୂମିକୁ ବିଶ୍ୱ ସ୍ତରୀୟ କରାଯାଉଛି।କ୍ରୀଡାବିତ ଙ୍କ ସ୍ୱପ୍ନ ପୂରଣ ପାଇଁ ଏକ ବିଶ୍ୱାସର ବାତାବରଣ ସୃଷ୍ଟି କରାଯାଇଛି।କ୍ରୀଡାବିତ ନିଜର ସ୍ୱପ୍ନ ପୂରଣ ସହ ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ପ୍ରାରମ୍ଭରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ରାଜ୍ୟ ସରକାର କ୍ରୀଡ଼ାର ଭିତ୍ତିଭୂମି କୁ ସୁଦୃଢିକରଣ ପାଇଁ ପୂର୍ବରୁ ୬୬୦ କୋଟି ଟଙ୍କା ଖର୍ଚ୍ଚ କରିବା ସହ ଐତିହାସିକ ବାରବାଟୀ ଷ୍ଟାଡିୟମକୁ ବିଶ୍ୱ ସ୍ତରୀୟ କରିବାର ବ୍ୟବସ୍ଥା କରିଛନ୍ତି ବୋଲି ସୂଚନା ଦେଇଥିଲେ।ପୁରୀ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ସହ ସନ୍ତରଣାଗାର,ଜିମ୍ନାଷ୍ଟିକ ଓ ଖୋଖୋ କ୍ରୀଡା ପାଇଁ ପ୍ରଶିକ୍ଷଣର ବ୍ୟବସ୍ଥା ରହିଛି ରହିଛି। କ୍ରୀଡାବିତଙ୍କ ପାଇଁ ହଷ୍ଟେଲରେ ଉନ୍ନତ ଓ ଗୁଣାତ୍ମକ ରହିବା ବ୍ୟବସ୍ଥା,ପରିପୃଷ୍ଟ ଭୋଜନ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି କୁ ସୁନିଶ୍ଚିତ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ,ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ଜିଲ୍ଲା କ୍ରିଡା ସଂସଦର ପୂର୍ବତନ ଉପ ସଭାପତି ରାମ ଚନ୍ଦ୍ର ଦାସ ମହାପାତ୍ର, ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଅନ୍ୟାନ୍ୟ ସଦସ୍ୟ, କ୍ରୀଡାବିତ ଓ କ୍ରୀଡା ହଷ୍ଟେଲରେ ରହୁଥିବା ଅନ୍ତେବାସୀ ମାନେ ଯୋଗ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More