ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭୁବନେଶ୍ୱର ଗସ୍ତ

17

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): _ ଭୁବନେଶ୍ୱର କିଟ ଠାରେ ଅନୁଷ୍ଠିତ ହେବାକୁ ଥିବା ୬୯ତମ ରାଜ୍ୟ ଏଥେଲେଟିକ ମିଟ ରେ ଯୋଗ ଦେବା ନିମନ୍ତେ ନବରଙ୍ଗପୁର ଜିଲ୍ଲାର ଏକ ୪୫ଜଣିଆ ଏଥେଲେଟିକ ଦଳ ଭୁବନେଶ୍ୱର ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲାର କୋଣ ଅନୁକୋଣରୁ ଅନେକ କ୍ରୀଡ଼ାବିତ ଙ୍କୁ ନେଇ ଉମରକୋଟ ଠାରେ ଏକ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ତନ୍ମଧ୍ୟରୁ ୪୫ଜଣକୁ ଚୟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସପନ ବୈରାଗୀ, ଏମ. ବିଜୟ କୁମାର ଏବଂ ଏଥେଲେଟିକ ସମ୍ପାଦକ ଜିତେନ୍ଦ୍ର ପରିଛା ପରିଚାଳନା କରିଥିଲେ। ଜିଲ୍ଲା ଦଳ ସହ କୋଚ ଭାବେ ଦୁର୍ଯୋ ହରିଜନ କୁ ଦାଇତ୍ୱ ଦିଆଯାଇଛି। ଜିଲ୍ଳା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲାଦ ତ୍ରିପାଠୀ, ଉପସଭାପତି ଏମ. ଵାଲା କ୍ରିଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଇଣ୍ଡର ସମ୍ପାଦକ କୃଷ୍ଣ ପ୍ରାସାଦ ପଟ୍ଟନାୟକ,, ହକି ସମ୍ପାଦକ ଦୁର୍ଗା ମଲିକ,ମହିଳା କ୍ରୀଡ଼ା ସମ୍ପାଦିକା ଇ. ଚନ୍ଦନା ମଲିକ ପ୍ରମୁଖ ଦଳର ସଫଳତା କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More