କୋରାପୁଟ (ସଂଘର୍ଷ ମିଡିଆ ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରି ଜିପି ପୁଟସିଲ ଗାଁ ଦେଓମାଳି ଗିରଲ୍ଲୀମାଳି ପଡିଆରେ କେନ୍ଦ୍ରୀୟ ଯୁବକ ସଙ୍ଘ ପକ୍ଷରୁ କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ପୁଟସିଲ କ୍ରିକେଟ ଦଳ ଓ ଦାମନଯୋଡି ମାନିଆ କ୍ରିକେଟ ଦଳ ମଧ୍ୟରେ ଚାଲିଥିଲା। ପୁଟସିଲ କ୍ରିକେଟ ଦଳ 71 ରନ କରି ବିଜୟ ହାସଲ କରିଥିବା ବେଳେ ମାନିଆ ଦଳକୁ ରନର୍ସ ଭାବେ ଘୋଷଣା କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପଟାଙ୍ଗୀ ବିଧାୟକ ଶ୍ରୀ ପ୍ରିତମ ପାଢ଼ୀ ଯୋଗ ଦେଇ ବିଜେତା ଦଳ ପୁଟସିଲ କୁ ଟ୍ରଫି ସହ 20,000 ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ସମ୍ମାନିତ ଅତିଥି ଭାବେ ସମ୍ଭା ପାଙ୍ଗି ଯୋଗ ଦେଇ ରନର୍ସ ମାନିଆ ଦଳକୁ 15000, ଟଙ୍କା ରାଶି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ଆଦିବାସୀ ଢେମସା ନାଚ ମାଧ୍ୟ୍ୟମରେ ପାଛୋଟି ନେଇ ଥିଲେ ଖେଳ ପଡିଆକୁ । ଏଥିରେ ମୋଟ 25 ଟି କ୍ରିକେଟ ଟିମ ଅଂଶ ଗ୍ରହଣ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ସଚିନ କୁମାର ତାଡ଼ଙ୍ଗୀଙ୍କୁ ଦିଆଯାଇଥିବା ବେଳେ ମ୍ୟାନ ଅଫ ଦ ସିରିଜ ଭାବେ ଦାନୀୟାଲ ସାନ୍ତାଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପାଇନାଲ କ୍ରିକେଟ ଟୁର୍ନାମେଣ୍ଟରେ ଦେଉମାଳି କେନ୍ଦ୍ରୀୟ ଯୁବ ସଙ୍ଘ ର ସଭାପତି ଜୟଦେବ ଦିଶାରୀ, କୁବି ସମାଜର ଉପଦ୍ରଷ୍ଟା ପ୍ରେମଦେୟ ଦିଶାରୀ, ବିଶ୍ୱନାଥ ଦିଶାରୀ, ସମାଜସେବି, ପ୍ରେମ ପାତ୍ର ଜାନି, ଶିକ୍ଷକ ସନା ଜାନି, ରାଜେନ୍ଦ୍ର ସାନ୍ତା, , କୁବି ସମାଜ ଜିଲ୍ଲା ସମ୍ପାଦକ ବିଂଗେୟା ସାନ୍ତା, ସରପଞ୍ଚ ପ୍ରତିନିଧି ମୋହନ ଯାନୀ ପ୍ରମୁଖ ଯୋଗ ଦେଇ କ୍ରିକେଟ ଖେଳାଳି ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାରୁ ବ୍ୟୁରୋ ଚିଫ ଜ୍ୟୋତ୍ସ୍ନା ରାଉଳ ସଙ୍ଘର୍ଷ ନ୍ୟୁଜ ।
Get real time updates directly on you device, subscribe now.