ନବରଙ୍ଗପୁର (ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଭାରୋତ୍ତୋଳନକାରୀ ଅଛନ୍ତି ତିନି ତିନି ଥର ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜିତ ହୋଇଯାଇଥିଲେ ମଧ୍ୟ ସ୍ୱଂୟ ସମ୍ପୂର୍ଣ୍ଣ ଷ୍ଟାଡିୟମଟିଏ ନାହିଁ। ପୂଜାରିଗୁଡାରେ ଷ୍ଟାଡିୟମ ଅଛି ନଥିବା ସଦୃଶ ।କାମତାରେ ନାମକୁ ମାତ୍ର ଫୁଟବଲ ପାଗଳ ଇଡେନ ଗାର୍ଡେନ ଷ୍ଟାଡିୟମ ରହିଛି।ଫୁଟବଲ ଖେଳ କହିଲେ ଏହି ଷ୍ଟାଡିୟମ କୁ ମନେ ପଡ଼େ।ଏଭଳି ଷ୍ଟାଡିୟମ କାମତା ଗ୍ରାମରେ ରହିଛି।ଗ୍ରାମର କମ୍ୟୁନିଟି ଗୃହ,ଆଖଡ଼ା ଗୃହ,ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏହି ଷ୍ଟାଡିୟମ ପ୍ରାୟ ୧ କିମି ଦୂର ।ଏହି ଷ୍ଟାଡିୟମ ରୁ ୧କିମି ପରଜା କାମତା ।ତେନ୍ତୁଳିଖୁଣ୍ଟି ବ୍ଲକର ଶେଷ ସୀମାରେ ରହିଛି।ଜିଲାର ନବରଙ୍ଗପୁର ,ପାପଡାହାଣ୍ଡି,ନନ୍ଦାହାଣ୍ଡି ଲାଗିରହିଛି।ଏହି ଷ୍ଟାଡିୟମ ରେ ପ୍ରଥମେ ୨0୧0 ରୁ ଜିଲା ସ୍ତରୀୟ ଫୁଟବଲ ଖେଳ ପରେ ପରେ,ଆଉ ପଛକୁ ଫେରିନି।୨0୧୩ ଆମ ରାଜ୍ୟର ୯ ଟି ଜିଲାକୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା।।୨0୧୭ରେ ଆମ ଦେଶର ମହାରାଷ୍ଟ୍ର, କଲିକତା, ଆଂନ୍ଧ୍ର ପ୍ରଦେଶ, ବାଙ୍ଗାଲୋର,ଝାଡ଼ଖଣ୍ଡ ,ରାୟପୁର,ଆମ ରାଜ୍ୟ ଓଡ଼ିଶା,ଓ କିଛି ଜିଲାର ଫୁଟବଲ ଖେଳାଳି ଭାଗ ନେଇଥିଲେ।୨୦୧୮ ରେ ଆମ ଦେଶର କେତୋଟି ରାଜ୍ୟ ସମେତ,ବଙ୍ଗଳା ଦେଶ ନେପାଳ,ଭୁଟାନ,ବିଦେଶର ଫୁଟବଲ ଖେଳାଳି ଏଠାରେ ଖେଳି ଆମ ଜିଲ୍ଲା ର ନାମକୁ ରାଜ୍ୟ ର ରାଜଧାନୀ ଭୁବନେଶ୍ୱର ରେ ଚର୍ଚ୍ଚା ସାଉଁଟି ଥିଲେ।ସେତେବେଳେର କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ନିଜେ କାମତା ଗ୍ରାମକୁ ଯାଇ ଖେଳ ଦେଖିବାକୁ ଇଛା ପ୍ରକଟ କରିଥିବା ଚର୍ଚ୍ଚା ହୋଇଥିଲା। ତତ୍କାଳୀନ ନବରଙ୍ଗପୁର ବିଧାୟକ ତଥା ବର୍ତ୍ତମାନ ର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପ୍ରତ୍ୟେକ ଦିନ ଖେଳ ସମୟରେ ଉପସ୍ଥିତ ରହୁଥିଲେ।ଖେଳାଳି ମାନଙ୍କୁ ମନୋବଳ଼ ବୃଦ୍ଧି କରୁଥିଲେ।ତତ୍କାଳୀନ ଡାବୁଗାଁ ବିଧାୟକ ଭୂଜବଳ ମାଝୀ ବି ଏଥିରେ କୌଣସି ହେଳା କରି ନ ଥିଲେ। ଟୁର୍ଣ୍ଣାମେଣ୍ଟ ରେ ଅତିଥି ହେବାକୁ ବିଜେଡ଼ି, କଂଗ୍ରେସ ମଧ୍ୟ ରେ ପ୍ରତିଦ୍ୱନ୍ଦୀତା ଦେଖିବାକୁ ମିଳିଥିଲା।ପୂର୍ବତନ ନବରଗପୁର ସାଂସଦ ପ୍ରଦୀପ ମାଝୀ ସମେତ ନିଜ ତୁଙ୍ଗ ନେତା ଫୁଟବଲ ଖେଳକୁ ଭୂରି ଭୂରି ପ୍ରଶଂସା କରିଥିଲେ। ନବରଙ୍ଗପୁର ତତ୍କାଳୀନ ସାଂସଦ ବଳଭଦ୍ର ମାଝୀ ପ୍ରଥମ ଥର ହଜାର ହଜାର ଫୁଟବଲ ପ୍ରେମୀ ଦେଖି ଜୀବନରେ ପ୍ରଥମ ଥର ଦେଖିଲି ବୋଲି କହିଥିଲେ।ତତ୍କାଳୀନ ମନ୍ତ୍ରୀ ତଥା ବର୍ତ୍ତମାନ ର ନବରଙ୍ଗପୁର ସାଂସଦ ଏହାକୁ ଏକ ଆଦର୍ଶ ଷ୍ଟାଡିୟମ ନିର୍ମାଣ କରାଯିବ ଏପରିକି ସେ ଓ କ୍ରୀଡ଼ା ମନ୍ତ୍ରୀ ନିଜେ କାମତା ଫୁଟବଲ ଖେଳ ଦେଖିବାକୁ ଆସିବେ ବୋଲି କହିଥିଲେ। କିନ୍ତୁ ପ୍ରତିଶୃତି ହୋଇଗଲା ପାଣି ର୍ ଗାର,ହେଲେ ସ୍ୱଂୟ ସମ୍ପୂର୍ଣ୍ଣ ହୋଇ ପାରିଲାନି ଷ୍ଟାଡିୟମ ।ରାଜ୍ୟ ସରକାର ବର୍ତମାନ କ୍ରୀଡା ଭିତ୍ତିଭୂମି ବିକାଶ କଥା ସୁଚିନ୍ତା କରି ଷ୍ଟାଡିୟମ ନିର୍ମାଣ ପାଇଁ ନିଷ୍ପତି ନେଇଥିବାବେଳେ ତେନ୍ତୁଳିଖୁଣ୍ଟି ର ନାମ ନଥିବା ପାଣିଚିଆ ଲାଗିଲା।କାମତା କୁ ଖେଳ ଦେଖିବାକୁ ଆଗ୍ରହୀ ଥିବା ଚନ୍ଦ୍ର ସାରଥୀ ବେହେରା ମନ୍ତ୍ରୀ ବଦଳି ଗଲେ,ବର୍ତ୍ତମାନ ତୁଷାର କାନ୍ତି ବେହେରା ଆସିଲେ। ସେ ପୁଣି ନବରଙ୍ଗପୁର ଜିଲ୍ଲା ର ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ, ଅନ୍ତତଃ ସେ ତେନ୍ତୁଳିଖୁଣ୍ଟି ବ୍ଲକରେ ସ୍ୱଂୟ ସମ୍ପୂର୍ଣ ଷ୍ଟାଡିୟମ ସାଙ୍ଗ କୁ ଏଠାରେ ସ୍ପୋର୍ଟସ ଟ୍ରେନିଂ କେନ୍ଦ୍ର କରିବା ଦିଗରେ ଧ୍ୟାନ ଦେବେ ବୋଲି ଜନ ସାଧାରଣ ଆଶା ରଖିଛନ୍ତି । କୋରନା ଲାଗି ୨ବର୍ଷ ହେଲା ଖେଳନାହିଁ।ପୁନର୍ବାର ଖେଳ ହେବକି ନାହିଁ ।କାମତା ଷ୍ଟାଡିୟମ ରେ ପ୍ରାୟ ୬0 ହଜାରରୁ ଅଧିକ ଫୁଟବଲ ପ୍ରେମୀ ଖେଳ ଦେଖନ୍ତି । ଚିତ୍ରକୋଟ ମଧ୍ୟ ସଫଳତାର ସହ ଦୁଇଥର ଫୁଟବଲ ଟୁର୍ଣ୍ଣାମେଣ୍ଟ କରିଛି। ଏହାକୁ ନେଇ ତେନ୍ତୁଳିଖୁଣ୍ଟି ବ୍ଲକ ର ବିଜେଡ଼ି ର ବରିଷ୍ଠ ନେତା ଗଜେନ୍ଦ୍ର ସଗରିଆ କହନ୍ତି ,ନବରଙ୍ଗପୁର ନୂତନ ବିଧାୟକ ଖୁବଶୀଘ୍ର ଷ୍ଟାଡିୟମ ନିର୍ମାଣ ପାଇଁ ଆବଶ୍ୟକ ଅନୁଦାନ ଯୋଗାଇ ଦେବେ।ପୁନର୍ବାର ରାଜ୍ୟ ବାହାରୁ ଫୁଟବଲ ପ୍ରେମୀ ଓ ଫୁଟବଲ ଖେଳାଳି ଆସିବେ ଦର୍ଶକ ମାନେ ଭରପୁର ମଜାନେବେ ।ଦେଖାଯାଉ ନୂତନ କ୍ରୀଡ଼ାମନ୍ତ୍ରୀ ଓ ୨ ବିଧାୟକ,ଜଣେ ସାଂସଦ, ଓ ରାଜ୍ୟ ସଭା ସାଂସଦ ଫୁଟବଲ ଖେଳ କୁ ଆଗେଇ ନେଉଛନ୍ତି କି ନା ଫୁଟବଲ ପ୍ରେମୀ,ଆଗରୁ ଯେଉଁ ବେହେରା ମନ୍ତ୍ରୀ ଥିଲେ,ଏବର ବେହେରା ମନ୍ତ୍ରୀ ଆସିଲେ କାହା ଦ୍ୱାରା ସମ୍ପୂର୍ଣ ହେବ ଷ୍ଟାଡିଅମ ଦେଖାଯିବ ତାହା ସମୟ କହିବ,ଦେଖିବାକୁ ବାକି ରହିଲା ।