ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସରକାରୀ ନୂତନ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବ୍ଲକ ସ୍ତରୀୟ କ୍ରିଡା ମହୋତ୍ସବ-୨୦୨୪ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ୧୦୦ ମି. , ୨୦୦ମି., ୪୦୦ ମି. ଓ ୧୫୦୦ ମିଟର ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ, ଡିସକସ ଆଦି ପ୍ରତିଯୋଗୀତା କନିଷ୍ଠ ବିଭାଗରେ ବାଳକ ଓ ବାଳିକା, ବରିଷ୍ଠ ବିଭାଗରେ ବାଳକ ବାଳିକା ମାନେ ଅଂଶଗ୍ରହଣ କରିଥିବା ବେଳେ ଭଲିବଲ ପ୍ରତିଯୋଗୀତାରେ ବରିଷ୍ଠ ବିଭାଗର ବାଳକ ମାନେ ଭାଗ ନେଇଥିଲେ | ଏଥିରେ ୧ମ, ୨ୟ ଓ ୩ ୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ସହ ପଦକ ପ୍ରଦାନ କରି ପୁରସ୍କୃତ କରଯାଇଥିଲା | ଭଲିବଲ ପ୍ରତିଯୋଗିତାରେ ଡାବୁଗାଁ ସରକାରୀ ନୂତନ ଉଚ୍ଚ ବିଦ୍ୟାଳୟ ବିଜୟୀ ହୋଇଥିବା ବେଳେ ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟ ଉପ ବିଜେତା ହୋଇ ପୁରସ୍କୃତ ହୋଇଥିଲେ | ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ କ୍ରୀଡା ମହୋତ୍ସବରେ ଭାଗ ନେବେ | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବିଡିଓ ଶରତ ମାଝୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଓ ସନ୍ତୋଷ କୁମାର ସାହୁ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରାୟ ପ୍ରମୁଖ ମଞ୍ଚାସୀନ ଥିବାବେଳେ ବିଧାୟକଙ୍କ ଦ୍ଵାରା କ୍ରୀଡାପତାକା ଉତ୍ତୋଳନ ଓ ମସାଲ ସ୍ଥାପନ କରାଯାଇଥିଲା lଏହି କ୍ରୀଡାକୁ ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ, ବାସୁଦେବ ରଥ, ରଞ୍ଜନ କୁମାର ପରିଡା, ଉମାକାନ୍ତ ବିଶ୍ଵାଳ, ଅରୁଣ ନିହାଲ, ତ୍ରିନାଥ ବାରିକ, ପୁରୋହିତ ବାଘ, ନୀଳାମ୍ବର ସିଂ, ସୁକାନ୍ତି ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଗିରିଶବାଳା ଜେନା, ଅନିତା ବେହେରା, ସୁଜାତା ପ୍ରଧାନ, ଶୁଭସ୍ମିତା ପାଢୀ, ଶିକ୍ଷକ ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ସୌଭାଗ୍ୟ ବିଶ୍ଵାଳ, ସୁରେଶ ଚନ୍ଦ୍ର ବେହେରା, ବିଶ୍ଵେଶ କୁମାର ତ୍ରିପାଠୀ, ଯୁଧିଷ୍ଠିର ମାଝୀ, ସିଆରସିସି ଗୁପ୍ତେପ୍ରସାଦ ନାଗ, ହେମେନ୍ଦ୍ର ବେହେରା, ଗୀତାଞ୍ଜଳୀ ବସ୍ତିଆ, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା ଓ ହେମନ୍ତ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।