ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : -ଭୁବନେଶ୍ବରଠାରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ ଫୁଟବଲ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଳାରେ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ଶିକ୍ଷା ବିଭାଗର ମିଳିତ ସହଯୋଗରେ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋନପୁର ସହର ସ୍ଥିତ ରୟାଲ ପଡିଆରେ ଆଜି ମହା ସମାରୋହରେ ଉଦଯାପିତ ହୋଇଛି l ପ୍ରଥମେ ସରକାରୀ ବାଳିକା ହାଇସ୍କୁଲ ଛାତ୍ରୀ ଙ୍କ ଦ୍ୱାରା ବୀରେନ୍ଦ୍ର ଜଗଦଲା ଙ୍କ ସଂଗୀତ ନିର୍ଦେଶନା ରେ ହେ ବନ୍ଧୁ ବିଦାୟ ସ୍ୱାଗତ ସଂଗୀତ ଏବଂ ବିଇଓ ଶାନ୍ତନୁ କୁମ୍ଭକlର ଙ୍କ ନିର୍ଦେଶନା ରେ କେନ ରସିଆ ନେଇ ଗଲା ମୋର ଗୁଡ଼ର ପଏଁରୀ ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା l ଆଜି ଅନ୍ତିମ ଦିନରେ ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ଙ୍କ ସଭାପତିତ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଗୁରୁଙ୍କୁ ସଦା ସମ୍ମାନ ଦେବାକୁ ଓ କ୍ରୀଡା କ୍ଷେତ୍ରରେ ବିକାଶ ହେଲେ ସବୁ କ୍ଷେତ୍ରର ବିକାଶ ଆପେ ହୁଏ ବୋଲି କହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଶି ପୁନମ ମିଞ୍ଜ କ୍ରୀଡା ସମେତ ସବୁ କ୍ଷେତ୍ରରେ ଅଭ୍ୟାସ ଓ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରି ଜାତୀୟ ସ୍ତର ରେ ନାଁ କରିବାକୁ ଖେଳାଳୀଙ୍କୁ ପ୍ରେରଣା ଦେଇଥିଲେ l ଅନ୍ୟ ତମ ଅତିଥି ଭାବେ ପୈର ଅଧ୍ୟକ୍ଷା ତମସି ତାମସ୍ମିତ ନାଏକ, ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ପିୟୁଷ ପଣ୍ଡା , ଅତିରିକ୍ତ ଶିକ୍ଷା ଅଧିକାରୀ ଡଃ ରମାକାନ୍ତ ଗଡତିଆ ଓ ଶ୍ରୀମତୀ ମଞ୍ଜୁଲତା ଭୋଇ, ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ଦୁର୍ଯୋଧନ ରାଉତ,ଅତିରିକ୍ତ ଜିଲ୍ଳା ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟନାରାୟଣ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଖେଳାଳୀ ଙ୍କୁ ପୁରସ୍କୃତ କରି ଥିଲେ l ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ପାଇଁ “ଫୁଟବଲ ଫର ଅଲ”ଯୋଜନାରେ ପ୍ରଦତ୍ତ ଫୁଟବଲ ସ୍କୁଲ ଗୁଡିକୁ ପ୍ରଦାନ କରିଥିଲେ l ଫାଇନାଲ ଫୁଟବଲ ମ୍ୟାଚ ବାଳିକା ବର୍ଗ ବିନିକା ବ୍ଲକ ଓ ବୀରମହାରାଜପୁର ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବୀରମହାରାଜପୁର ବ୍ଲକ ୩/୦ ଗୋଲରେ ଚମ୍ପିୟାନ ହୋଇଥିଲା । ଠିକ୍ ସେହିପରି ବାଳକ ବର୍ଗରେ ଡୁଙ୍ଗୁରିପାଲି ବ୍ଲକ ଓ ସୋନପୁର ବ୍ଲକ ମଧ୍ୟରେ ଏହି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଡୁଙ୍ଗୁରିପାଲି ବ୍ଲକକୁ ସୋନପୁର ବ୍ଲକ ଟ୍ରାୟବ୍ରେକରରେ ୪/୩ ଗୋଲ ରେ ପରାସ୍ତ କରି ଫାଇନାଲରେ ଚମ୍ପିୟାନ ହୋଇଛି । ବାଳିକା ବିଭାଗରେ ମ୍ୟାନ ଅଫ ଦି ମ୍ୟାଚ, ପ୍ରିତିମୟି ଭୂକ୍ତା, ବେଷ୍ଟ ସ୍କୋରର ଶାନ୍ତି ଲତା ଭୋଇ, ମ୍ୟନ ଅଫ ଦ ସିରିଜ ଶାନ୍ତିଲତା ଭୋଇ ବାଳକ ବିଭାଗରେ ମ୍ୟାନ ଅଫଦ ମ୍ୟାଚ ଶ୍ରୀତମ ବଡ଼କି ଙ୍କୁ ପୁରସ୍କୃତ କରାଯାଇଥିଲା l ପଡିଆର ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା ରେ ପଡିଆ ପରିଚାଳକ, ଖେଳ ଶିକ୍ଷକ ରଘୁନାଥ ଥନାପତି ଙ୍କ ତତ୍ୱାବଧାନରେ ଖେଳକୁ ନରସିଂହ ସେଠୀ, ପ୍ରମୋଦ ପୁଟେଲ, ସଞ୍ଜୟ ଫତେସିଂହ, ସାନ ଡାଙ୍ଗ, ଶିକ୍ଷକ ଶ୍ୟାମସୁନ୍ଦର ନାଏକ, ସଞ୍ଜୟ ସାହୁ, ମହମ୍ମଦ କଲିମ ଙ୍କ ସହଯୋଗରେ ପରିଚାଳିତ ହୋଇଥିଲା l ଜ଼ିଲ୍ଲା କ୍ରୀଡା ନିରୀକ୍ଷକ ଦୁର୍ଯ୍ୟଧନ ରାଉତ ଙ୍କୁ ଜଣେ ଶ୍ରେଷ୍ଠ ସଂଗଠକ, କ୍ରୀଡା ନିରୀକ୍ଷକ ଭାବେ ଏହି ମଞ୍ଚ ରେ ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଅତିଥି ଏଡିଏମ ଶ୍ରୀମତୀ ମିଞ୍ଜ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ପିଇଟି ସଂଜୀବ ସାହୁ ଓ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଫାଇନାଲ ଖେଳ ର ଧରା ବିବରଣୀ ପ୍ରଦାନ କରି ସଭା ମଞ୍ଚ କୁ ପରିଚାଳନା ରେ ସହଯୋଗ କରିଥିଲେ l ଆଜି ସମସ୍ତ ବ୍ଲକ ସ୍ତରରୁ ଫୁଟବଲ ଦଳ, ଜିଲ୍ଲାର ସମସ୍ତ ହାଇସ୍କୁଲ ର ଖେଳ ଶିକ୍ଷକ ଯୋଗ ଦେଇଥିଲେ। ବ୍ଲକ କ୍ରୀଡା ସଂପାଦକଙ୍କ ତତ୍ତ୍ଵାବଧାନରେ ସମସ୍ତ ବ୍ଲକ ଫୁଟବଲ ଟିମ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ରେ ଭାଗ ନେଇ ଥିବାରୁ ବ୍ଲକ ସଂପାଦକ ମାନଙ୍କୁ ବିଦ୍ୟାଳୟ କ୍ରୀଡା ସଂପାଦକ ଦୁର୍ଯୋଧନ ରାଉତ ଧନ୍ୟବାଦ ଅର୍ପଣ କରିଛନ୍ତି । ଏବଂ ଖେଳ ଆରମ୍ଭ ରୁ ପଡିଆ ର ସ୍ୱଛତା ଦିଗରେ ସମ୍ପୂର୍ଣ ସହାୟତା ପାଇଁ ସୁବର୍ଣ୍ଣପୁର ଏସପି ଙ୍କ ସମେତ ସ୍ୱଚ୍ଛ ଭାରତ, ରୟାଲ ସ୍ପୋର୍ଟିଂ, ଇନଫିନିଟି, ଭଲିବଲ ଟିମ ଓ ପୌର ପରିଷଦ କୁ ସଭାରେ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରିଥିଲେ l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।