ନବରଙ୍ଗପୁର(ସଂଘର୍ଷ ମିଡିଆ) : – ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଶିଶୁ ଯତ୍ନ ଅନୁଷ୍ଠାନ ରେ ଥିବା ଅନାଥ ଶିଶୁ ମାନଙ୍କର ଲୁକ୍କାୟିତ ପ୍ରତିଭାର ବିକଶିତ ନିମନ୍ତେ ଆଜି ନବରଙ୍ଗପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ତରଫରୁ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା “ଉତ୍ସାହ ” କାର୍ଯ୍ୟକ୍ରମ ପାପଡାହାଣ୍ଡି ବ୍ଲକର ଲାଲବାହାଦୂର ଉଚ୍ଚବିଦ୍ୟାଳୟ ର ମିନି ଷ୍ଟାଡିୟମ ଠାରେ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ , ଓ ପାପଡାହାଣ୍ଡି ବିଡିଓ ଦୁର୍ଯ୍ୟୋଧନ ଭୋଇ ମିଳିତ ଭାବରେ ସବୁଜ ପତାକା ଦେଖାଇ ଏହି କାର୍ଯ୍ୟ କ୍ରମ କୁ ଶୁଭାରମ୍ଭ କରିଥିଲେ । ଜିଲ୍ଲାରେ ଥିବା ଛଅଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଉତ୍କଳ ବାଳିକା ଆଶ୍ରମ , ଉତ୍କଳ ବାଳକ ଆଶ୍ରମ , ଉତ୍କଳ ମାର୍ଥମା, ଆଗାପି ଚିଲଡ୍ରେନ ହୋମ , ବ୍ଲେଶିଙ୍ଗ ଚିଲଡ୍ରେନ ହୋମ ଓ ରାଇରାମଦାସ ଚିଲଡ୍ରେନ ହୋମ ର ୨୦୦ ରୁ ଉର୍ଦ୍ଧ କିଶୋର କିଶୋରୀ ଅନ୍ତୋବାସୀ ମାନେ ଏହି ପ୍ରତି ଯୋଗୀତାରେ ଅଂଶଗ୍ରହଣ କରିଥଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ ପଟ୍ଟନାୟକ ଙ୍କ ତତ୍ଵାବଧାନରେ କିଶୋର କିଶୋରୀ ଅନ୍ତୋବାସୀ ମାନେ ଦୌଡପ୍ରତିଯୋଗିତା ,ଲମ୍ବ ଡିଆଁ , ଉଚ୍ଚଡିଆଁ, କ୍ୟାରମ , ଚେସ ଓ ଫୁଟବଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ଵ ହାସଲ କରିଛନ୍ତି । ଲିଗାଲ ପ୍ରୋବେଶନଅଫିସର କିଶୋର ମାର୍ଥ।ଙ୍କ ପୌରୋହିତ୍ୟରେ ଏହି ଉତ୍ସାହ କାର୍ଯ୍ୟକ୍ରମ ଉଦଯାପନୀ ସମାରୋହରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ଵର ନାୟକ ଅନ୍ତୋବାସୀ ମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଭଲ ପାଠ ପଢିବା ସହ ସର୍ବଦା ଅନ୍ୟ କୌଶଳରେ ନିଜର ପାରଦର୍ଶୀତା କୁ ପ୍ରତିପାଦନ କରିବା ପାଇଁ କିଶୋର କିଶୋରୀ ମାନଙ୍କୁ ଉତ୍ସାହିତ କରିଥଲେ । ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନ କୁ ଆଣିବା ସହିତ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆଗାମୀ ଦିନରେ ରାଜ୍ୟ ସ୍ତରୀୟ ଉତ୍ସାହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ଶିବାନୀ ଗୁହା ,ଜିଲ୍ଲା କ୍ରିଡା ଅଧିକାରୀ ବିନୟ କୁମାର ଖାଡଙ୍ଗା , ଶିଶୁମଙ୍ଗଳ କମିଟିର ଅଧକ୍ଷା ଅଜନ୍ତା ଶୁଭଦର୍ଶନୀ , ଶିଶୁମଙ୍ଗଳ କମିଟିର ସଭ୍ୟ ସନ୍ତୋଷ ଷଢଙ୍ଗୀ , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଅରୁଣା ସଂଯୋଜିକା ପ୍ରଭାସିନୀ ପଟ୍ଟନାୟକ ପ୍ରମୁଖ ଅତିଥି ମାନେ ଯୋଗଦେଇ ଛାତ୍ର ଜୀବନରେ କ୍ରିଡାର ଗୁରୁତ୍ଵ ଉପରେ ଆଲୋକ ପାତ କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ତରଫରୁ କିଶାନ ପଟ୍ଟନାୟକ ,ସ୍ଵାତୀଶ୍ରୀ ପଟ୍ଟନାୟକ, ସମରେନ୍ଦ୍ର ପରିଡା , ମହେନ୍ଦ୍ର ଚାଲାଣ , ପୂର୍ଣ୍ଣଚନ୍ଦ୍ର ରାହି ଓ ଜିଲ୍ଲାର ଦଶଜଣ କ୍ରିଡା ଶିକ୍ଷକ ଉପସ୍ଥିତ ରହି ଏହି କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନ ଯତ୍ନ ଅଧିକାରୀ କୁନିମଣି ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l
Get real time updates directly on you device, subscribe now.