ଚୌଦ୍ଵାରରେ ୫ମ ବ୍ଲକ ଆଥଲେଟିକ୍ ମିଟ ସମାରୋହ ୨୦୨୨ ଅନୁଷ୍ଠିତ

14

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ଓ.ଟି.ଏମ୍ କଲେନି ସ୍ଥିତ ଗୋପବନ୍ଧୁ ଖେଳପଡ଼ିଆ ଠାରେ ୨ଦିନ ଧରି ୫ମ ଟାଙ୍ଗୀ-ଚୌଦ୍ଵାର ବ୍ଲକ୍ ଆଥଲେଟିକ୍ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଟାଙ୍ଗୀ-ଚୌଦ୍ଵାର ବ୍ଲକ ର ବହୁ ସ୍କୁଲ ପିଲାମାନେ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ଵ ହୋଇ ଜିଲ୍ଲା ସ୍ତରରେ ଭାଗ ନେବ। ମୁଖ୍ଯ ଅତିଥି ଭାବେ ଇମ୍ପା କାର୍ଯ୍ୟ ନିର୍ବାହୀ ପରିଚାଳକ ଶ୍ରୀଯୁକ୍ତ ବିନୟ ଅଗ୍ରୱାଲ କ୍ରୀଡା ମହୋତ୍ସବକୁ ଉଦ୍‌ଘାଟନ କରି ପ୍ରଦୀପ ପ୍ରଯୋଳନ କରିଥିଲେ । ଯୁବ କ୍ରୀଡ଼ାବିତ୍‌ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ, ୧୧ନଂ ୱାର୍ଡ କାଉନ୍ସିଲର ଶ୍ରୀମତୀ ବିନୋଦିନୀ ରାଉତରାୟ, ଚାଣକ୍ୟ ହସ୍ପିଟାଲ ପରିଚାଳକ ଶ୍ରୀଯୁକ୍ତ ପ୍ରଭାତ କୁମାର ସ୍ଵାଇଁ, ଶ୍ରୀଯୁକ୍ତ ଶୈଳେସ କୁମାର ମହାନ୍ତି, ଶ୍ରୀଯୁକ୍ତ ସୁବ୍ରତ କୁମାର ସାମଲ, ଶ୍ରୀଯୁକ୍ତ ଶଶିକାନ୍ତ ନାୟକ,ଶ୍ରୀଯୁକ୍ତ ଦିଲ୍ଲିପ୍ ଛତର, ଶ୍ରୀଯୁକ୍ତ ହରିହର ବେଉରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଚୌଦ୍ଵାର ରୁ ରଞ୍ଜନ କୁମାର ସ୍ୱାଇଁ ଙ୍କ ରିପୋର୍ଟ୍ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More