ଗଜପତି ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

13

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସ୍ତରିୟ ଆନ୍ତଃ ବିଦ୍ୟାଳୟ 17 ବର୍ଷ ରୁ କଂ ବୟସର ବାଳକ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ ପାରଳାଖେମୁଣ୍ଡି ପରିସରରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଗଜପତି ଜିଲ୍ଲା ସ୍ତରିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଚାଲିବ।ଜିଲ୍ଲାର ସାତ ଗୋଟି ବ୍ଳକର ସମସ୍ତ ମେଧାବୀ ଫୁଟବଲ ଖେଳାଳୀ ବାଳକ ବାଳିକା ଭାଗ ନିଅନ୍ତୁ ଓ ଫୁଟ ବଲ ଖେଳରେ ଭଲ ପଦର୍ଶନ କରି ଜିଲ୍ଲା ଓ ରାଜ୍ୟର ନାମ ରଖନ୍ତୁ ଓ ରାଜ୍ୟ ସରକାରଙ୍କ ତରଫରୁ ଫୁଟବଲ ଖେଳର ବିକାଶ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ରାଓ ବକ୍ତବ୍ୟରେ କହିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି ରୋମାଞ୍ଚଳ ଖମାରି, ଡେପୁଟି କଲେକ୍ଟର ତଥା ସରକାରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ନଟବର ଗରଡ଼, ଜିଲ୍ଲା ଶିକ୍ଷା ସ୍କୁଲ ପର୍ଯ୍ୟବେକ୍ଷକ ପ୍ରେମ ରଞ୍ଜନ ଶତପଥୀ, ଜାତୀୟ ସ୍ତରୀୟ ଦିବ୍ୟଙ୍ଗ ଖେଳାଳୀ ପୂଜାଶ୍ୱିନୀ ନାୟକ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ପ୍ରମୁଖ ଅତିଥି ମଞ୍ଚାସିନ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଆଜି ପ୍ରଥମ ଦିନରେ ଆର ଉଦୟଗିରି ଓ ମୋହନା ବ୍ଳକ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାୟକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।ପୂର୍ବତନ ବିଜ୍ଞାନ ନିରୀକ୍ଷକ ତଥା ତବ ରଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ଵିକ ପଟ୍ଟନାୟକ ଶାରୀରିକ ଶିକ୍ଷା ନିରୀକ୍ଷକ ସୁରେନ୍ଦ୍ର ପାତ୍ର ଏବଂ ସଭା ପରିଚାଳନା କରିଥିଲେ ଅମୂଲ୍ୟ ପାଣିଗ୍ରାହୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।ଅତିଥି ମାନେ ଖେଳାଳୀ ମାନଙ୍କୁ ଜିଲ୍ଲାର ଗୌରବ ବଜାୟ ରଖିବା ପାଇଁ ଶୁଭ କାମନା କରିଥିଲେ।ଏହି ଖେଳରେ ଜିଲ୍ଲା ର 195 ଜଣ ଛାତ୍ରଛାତ୍ରୀ ସହିତ 85 ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ମଶାଲ ଧରି ସହର ପରିକ୍ରମା କରିଥିଲେ 8 ଗୋଟି ବାଳକ ଟିମ ଓ 5 ଗୋଟି ବାଳିକା ଟିମ ଅଂଶ ଗ୍ରହଣ କରି ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଖେଳ ଚାଲୁରହିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More