ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : -ଅବକାରୀ ବିଭାଗର ଅବସରପ୍ରାପ୍ତ ସବ୍ ଇନିସପେକ୍ଟର କିଶୋର ଚନ୍ଦ୍ର ରଥ ଆଗାମୀ ଏସୀୟ କ୍ରୀଡ ପ୍ରତିଯୋଗିତାରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆସନ୍ତା ନଭେମ୍ବର ୮ରୁ ୧୨ ତାରିଖରେ ଫିଲିପାଇନସ୍ ରେ ହେଉଥିବା ଏସୀୟ କ୍ରୀଡା ପ୍ରତିଯୋଗିତାରେ ୧଼୦୦ ମିଟର ଟ୍ରିପଲ୍ ଜମ୍ପରେ ସେ ଭାଗ ନେବେ। ଓଡିଶାରୁ ୮ ଜଣ ଯୋଗ୍ୟ କ୍ରୀଡାବିତ୍ଂକ ମଧ୍ୟରୁ ରଥ ଅନ୍ୟତମ। ପୂର୍ବରୁ ବହୁ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ପଦକ ହାସଲ କରିଛନ୍ତି। ତାଂକରି ଏହି ବିରଳ ପ୍ରତିଭାପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।