କଣ୍ଟାମାଳ ସ୍ପୋର୍ଟିଙ୍ଗ ୟୁନିୟନ କ୍ଲବ ତରଫରୁ ଚାଲିଥିବା ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

20

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସର୍ବପୁରାନ କ୍ଲବ‘ସ୍ପୋର୍ଟିଙ୍ଗ ୟୁନିୟନ ”,ତାର ପ୍ରତ୍ୟେକବର୍ଷ ପରି ଚଳିତ ବର୍ଷ 2022ରେ 10ମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ 18/11/2022 ରିଖରେ ଉଦ୍ଘାଟନ ମୁଖ୍ୟ ଅତିଥି ଦ୍ୱାରା ହୋଇଥିବା ବେଳେ ଆଜି ତାର ଉତଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆଜି 20/11/2022 ରିଖ ଫାଇନାଲ ମ୍ୟାଚର ପ୍ରଥମ ସେମି ଫାଇନାଲ ବାଟିମୁଣ୍ଡା ସହିତ କଣ୍ଟାମାଳ ଆଥେଲେଟିକ ଆସୋସିଏସନ ମଧ୍ୟରେ ଖେଳ ହୋଇଥିଲା ଏଥିରେ କଣ୍ଟାମାଳ ଆଥେଲେଟିକ ଆସୋସିଏସନ ବାଟିମୁଣ୍ଡା ଦଳକୁ ଗୋଟେ ଗୋଳ ଦେଇ ଫାଇନାଲ କୁ ପ୍ରବେଶ କରିଥିଲା l ଫାଇନାଲର ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ବଲାଙ୍ଗୀର ମହିମୁଣ୍ଡା, ସହିତ ତରଭା, ସୁବର୍ଣ୍ଣପୁର ମଧ୍ୟରେ ଖେଳ ହୋଇଥିଲା ଏଥିରେ ମହିମୁଣ୍ଡା ଦଳ ତରଭା କୁ ଗୋଟେ ଗୋଳ ଦେଇ ଫାଇନାଲ ମେଚରେ ପ୍ରବେଶ କରିଥିଲା l ଫାଇନାଲ ମ୍ୟାଚଟି କଣ୍ଟାମାଳ ଓ ମହିମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦୀର୍ଘ 40 ମିନିଟ ଖେଳରେ କେହିକାହାକୁ ଗୋଲ ଦେଇ ପାରିନ ଥିଲେ ଯାହାକି ଉଭୟ ଦଳ ମଧ୍ୟରେ ପେନାଲ୍ଟି ଖେଳ ଅନୁଷ୍ଠିତ ହୋଇଥିଲା ଯାହାକି ପ୍ରଥମେ କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ ମହିମୁଣ୍ଡା ଫୁଟବଲ ଦଳକୁ 2 ଗୋଲ ଦେଇଥିଲା ତାର ପ୍ରତି ବଦଳରେ ମହିମୁଣ୍ଡା କଣ୍ଟାମାଳକୁ 3 ଗୋଲ ଦେଇ ପେନାଲ୍ଟିରେ ବିଜୟ ଲାଭ କରିଥିଲା l ଏଥିରେ ମହିମୁଣ୍ଡା ବିଜୟ ଲାଭ କରି ବିଜୟ ମୁକୁଟ ପିନ୍ଧିଥିଲା l ଆଜିର ଫାଇନାଲ ମ୍ୟାଚରେ ସମ୍ମାନିତ ଅତିଥିଭାବେ ସ୍ପୋଷ୍ଟିଙ୍ଗ ୟୁନିୟନ ସଭାପତି ତଥା ଡୁଙ୍ଗୁରିପାଲି ବିଡ଼ିଓ ଶ୍ରୀଯୁକ୍ତ ତ୍ରିପୁର ମହାନନ୍ଦ, ସଚ୍ଚିଦାନନ୍ଦ ନନ୍ଦ ବେହେରା, ଯତୀନ କୁମାର ମିଶ୍ର, ବୀରେନ୍ଦ୍ର କୁମାର ସାହୁ, ବିଏମ ପୁର ନୂଆଁ ଗଡ଼ଏମ ଇ ସ୍କୁଲର ପ୍ରଧାନ ଶିକ୍ଷକ ମନରଞ୍ଜନ ଭୋଇ, ସୂର୍ଯ୍ୟ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ଯୋଗ ଦେଇଥିଲେ ଓ ଫୁଟବଲ ଖେଳର ଉପ ବିଜେତା ରନର୍ସ ଦଳ ଆଥେଲେଟିକ୍ ଆସୋସିଏସନ କଣ୍ଟାମାଳକୁ 7000/-ଟଙ୍କା ସହିତ ରନର୍ସ କପ ପ୍ରଦାନ କରି ଥିଲେ ସେହିପରି ବିଜେତା ମହିମୁଣ୍ଡା ସ୍ପୋଷ୍ଟିଙ୍ଗକୁ 9000/-ଟଙ୍କା ସହିତ ବିଜେତା ଉଇନର କପ ପ୍ରଦାନ କରିଥିଲେ l ବୋଷ୍ଟ ସ୍କୋରର ଭାବେ କଣ୍ଟାମାଳ ର ମିଥୁନ ସାହୁ, ଓ ବୋଷ୍ଟ ଗୋଲ କିପର ସୁନୀଲ ବାଘ ଙ୍କୁ ଟ୍ରଫି ସହ ଘୋଷଣା ହୋଇ ଥିବା ରାଶି ପ୍ରଦାନ କରାଯାଇଥିଲା l 10ମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ବିଗତ 3ଦିନ ଧରି କଣ୍ଟାମାଳ ହାଇସ୍କୁଲ ଖେଳ ପଡ଼ିଆଠାରେ ସ୍ପୋର୍ଟିଙ୍ଗ ୟୁନିୟନ, କଣ୍ଟାମାଳର ସଭାପତି ତଥା ପ୍ରତିଷ୍ଠାତା ଡୁଙ୍ଗୁରିପାଲି ବିଡ଼ିଓ ଶ୍ରୀଯୁକ୍ତ ତ୍ରିପୁର ମହାନନ୍ଦ ଓ ସମ୍ପାଦକ ପ୍ରଶାନ୍ତ କୁମାର ନାଏକ, ସଭ୍ୟ ସଦାଶିବ ମହାନନ୍ଦ, ବାସୁଦେବ ଷାଣ୍ଢ,ସନ୍ତୋଷ କୁମାର ବେହେରା, ଦୁଃଖୀ ବେହେରା, ଗଣେଶ୍ଵର କହଁର ପ୍ରମୁଖଙ୍କ ଦ୍ୱାରା ଅନୁଷ୍ଠିତ ହେଇଛି l ଖେଳ ପରିଚାଳନା କରିଛନ୍ତି ଖେଳ ଶିକ୍ଷକ ଇଏସ କଲେଜ ତରଭାର ଖେଳ ଶିକ୍ଷକ ସଂଜୀବ କୁମାର ସାହୁ, ଲାଇନ୍ ମ୍ୟାନ ଅଶୋକ ବଗର୍ତ୍ତୀ , ସୁଶାନ୍ତ କୁମାର ନାଏକ, ଧାରା ବିବରଣୀ ପ୍ରଦାନ ମନୋଜ ଶର୍ମା, କରିଥିଲେ ଉକ୍ତ ଖେଳକୁ 3 ଦିନ ଧରି ସ୍ପୋର୍ଟିଙ୍ଗ ୟୁନିୟନର ସମସ୍ତ ଖେଳାଳି ସହଯୋଗ କରିଥିଲେ l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More